ବଜ୍ରପାତ; ୨ ମୃତ ଓ ୭ ଆହତ

Jun 15, 2022 - 15:51
 43
ବଜ୍ରପାତ; ୨ ମୃତ ଓ ୭ ଆହତ
ରାୟଗଡ଼ା/ଜୟପୁର: ବଜ୍ରପାତ ଯୋଗୁ ରାୟଗଡ଼ା ଓ ଜୟପୁରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ମାଙ୍କଡ଼ଝୋଲା ଗାଁରେ ହୋଇଥିବା ବଜ୍ରପାତରେ ଅଭାବନୀୟ ଘଟଣା ଘଟିଛି। ସପରିବାର ଗଛମୂଳେ ଛିଡ଼ା ହୋଇଥିବା ବେଳେ ବଜ୍ରପାତରେ ଜଣଙ୍କ ଜୀବନ ଯାଇଛି। ଯେତେବେଳେ କି ଜଣେ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ମୃତାହତଙ୍କ ମା’ ଓ ବାପାଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ମୃତକ ଜଣକ ମାଙ୍କଡ଼ଝୋଲା ଗାଁର ଆମରି ମାଝିଙ୍କ ପୁଅ ଆକାଶ ମାଝି(୬) ଓ ଆହତ ଝିଅ ବୈଶାଳୀ ମାଝି (୧୩)। ଝିଅକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବଜ୍ରପାତରେ ଆମରି ମାଝି ଓ ତାଙ୍କ ସ୍ତ୍ରୀ ଜିରିମେ ମାଝି ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡ଼ିଥିଲେ। କିଛି ସମୟ ପରେ ଉଭୟ ଚେତା ଫେରିପାଇଥିଲେ। ତେବେ ସନ୍ତାନ ବିୟୋଗରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି।