ଫୋକସରେ ଓଡିଶା : ୨୨ରେ ପ୍ରଧାନମନ୍ତ୍ରୀ ମୋଦି ଓ ୨୪ରେ ଅମିତ ଶାହ ଓଡିଶା ଆସୁଛନ୍ତି

Sep 11, 2018 - 18:31
 182
ଫୋକସରେ ଓଡିଶା : ୨୨ରେ ପ୍ରଧାନମନ୍ତ୍ରୀ ମୋଦି ଓ ୨୪ରେ ଅମିତ ଶାହ ଓଡିଶା ଆସୁଛନ୍ତି
ଭୁବନେଶ୍ୱର,୧୧/୯ (ସକାଳଖବର): ଆସନ୍ତା ୨୨ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୪ ତାରିଖରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ୨୨ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଝାରସୁଗୁଡା ଓ ତାଳଚେରରେ ହେବାକୁ ସରକାରୀ କାର୍ୟ୍ୟକ୍ରମ ସହ ଦୁଇଟି ସାଧାରଣ ସଭାରେ ଯୋଗଦାନ କରିବେ । ସେହିପରି ଅମିତ ଶାହା ପୁରୀରେ ମହିଳାମୋର୍ଚ୍ଚାରେ ସମାବେଶରେ ଯୋଗଦାନ କରିବେ ବୋଲି ବିଜେପି ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏହି ଗସ୍ତ ସମୟରେ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ଏହି ବିମାନବନ୍ଦରରୁ ଭୁବନେଶ୍ୱର, ରାଞ୍ଚି ଓ ରାୟପୁରକୁ ବିମାନ ସେବାର ଶୁଭାରମ୍ଭ ହେବ । ସେହିଦିନ ସେହିଦିନ ତାଳଚେର ସାର କାରଖାନାର ନବୀକରଣ କାର୍ୟ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ସେ ସିଧାସଳଖ ଝାରସୁଗୁଡା ଫେରି ସେଠାରୁ ସଂଧ୍ୟା ୫ଟାରେ ନୂଆଦିଲ୍ଲୀ ଫେରିଯିବେ । ଝାରସୁଗୁଡା ଏୟାରପୋର୍ଟ ପାଇଁ କେନ୍ଦ୍ର ସରକାର ୧୭୫ କୋଟି ଟଙ୍କା ଦେଇଥିବା ବେଳେ ଓଡ଼ିଶା ସରକାର ୫୦ କୋଟି ଦେଇଛନ୍ତି । ଓଡିଶାରେ ୨୦୧୯ରେ ସାଧାରଣ ନର୍ବାଚନ ହେବାକୁ ଥିବା ବେଳେ ବିଜେପି ମିଶନ ୧୨୦ ପ୍ଲସ ନାରା ଦେଇ କାମ କରୁଛି ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କ ଗସ୍ତକୁ ନେଇ ଏବେ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ରାଜନୀତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ଦୁଇଟି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦାନ କରିବାରେ ରହିଛି ।ତେବେ ସେ ଯାହା ହେଉନା କାହିଁକି ବିଜେପି ଫୋକସରେ ଏବେ ରହିଛି ଓଡିଶା