ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

Feb 9, 2023 - 07:01
 43
ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ
ଭୁବନେଶ୍ୱର: ରାଜଧାନୀରେ ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ୟ୍ୟନ୍ତ ଯାଇଥିବା ଭୁବନେଶ୍ୱର ମହାନଗର ନିଗମକୁ ଏହାପରେ ହାଇକୋର୍ଟରୁ ଶକ୍ତ ଧକ୍କା ଲାଗିଛି । ହୋଲଡିଂ ଟିକସ ପ୍ରସଙ୍ଗରେ ୨୦୨୧ ଏପ୍ରିଲ ୨୨ରେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବିଏମସି ସୁପ୍ରିମକୋର୍ଟରେ ଦାୟର କରିଥିବା ଏସଏଲପି ଗତ ବର୍ଷ ନଭେମ୍ବର ୭ ତାରିଖରେ ଖାରଜ ହୋଇଛି । ଉଭୟ କୋର୍ଟରେ ବିଏମସି ହାରିବା ପରେ ଭୁବନେଶ୍ୱରବାସୀ ଆଶ୍ୱସ୍ତ ହୋଇଛନ୍ତି । ପୂର୍ବରୁ ବିଏମସି ଜୋରଜବରଦସ୍ତ ଅନେକ ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିଥିଲା । ୨୦୧୦ ମସିହାରେ ବିଏମସି ଏହି ଟିକସ ୧୦ରୁ ୧୫ ଗୁଣ ବଢ଼ାଇ ଦେଇଥିଲା । ଯେଉଁ ଘର ପାଇଁ ୧୭୨ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବର୍ଦ୍ଧିତ ଦରରେ ତାହା ୪୪୪ଟଙ୍କା ୪୬ ପିଇସା ହୋଇଥିଲା । ନୂଆ ଦରରେ ଅବ୍ୟବହୃତ ଜମି ପାଇଁ ମଧ୍ୟ ହୋଲ୍ଡିଂ ଟିକସ ଧାର୍ୟ୍ୟ ହୋଇଥିଲା । ଏହାକୁ ନେଇ ପ୍ରବଳ ବିରୋଧ ହୋଇଥିଲା । କିନ୍ତୁ ବିଏମସି ମାମଲା ରୁଜୁ କରିବ ବୋଲି ଧମକ ଦେବାରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବର୍ଦ୍ଧିତ ଦରରେ ହୋଲ୍ଡିଂ ଟିକସ ଦେଇ ଆସୁଥିଲେ । ଏହାକୁ ବିରୋଧ କରି କନଫେଡେରେସନ୍ ଅଫ ସିଟିଜେନ୍ସ ଆସୋସିଏସନ୍ ହାଇକୋର୍ଟରେ ମାମଲା ଦାୟର କରିଥିଲା ।ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ଉପରେ ହାଇକୋର୍ଟ ୨୦୨୦ ଜୁନ ୧୦ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ୨୦୧୨ ମସିହାରେ କଲ୍ୟାଣୀ ମାଟର୍‌ନିଟି ହସ୍‌ପିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟ ଏହି ବର୍ଦ୍ଧିତ ଦରକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ହାଇକୋର୍ଟଙ୍କ ରାୟ ସମ୍ପୃକ୍ତ ସଂସ୍ଥା ସପକ୍ଷରେ ଯିବାରୁ ବିଏମ୍‌ସି ଏହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିସନ ଫାଇଲ୍‌ କରିଥିଲା । ସୁପ୍ରିମକୋର୍ଟରେ ବିଏମ୍‌ସିର ଆବେଦନ ଖାରଜ ହୋଇଥିଲା ।