ଫୁଲବାଣୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗୀ ଆଦିତ୍ୟନାଥ
କନ୍ଧମାଳ,୧୫/୪(ସକାଳଖବର): ଭାରତ ବର୍ଷର କୋଣଅନୁକୋଣ ସମେତ ବିଶ୍ୱରେ ସ୍ତରରେ ମଧ୍ୟ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଣଗାନ ହେଉଛି । ଯେଉଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶ ଧାରାକୁ ଏକ ନୁଆ ମୋଡ ଦେଇଛନ୍ତି, ଦେଶର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷାକୁ ନିଶ୍ଚିତ କରିଛନ୍ତି, ଭାରତକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି, ସେହି ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ସାରା ଦେଶବାସୀ ଚାହୁଁଛନ୍ତି । ତେବେ ଦେଶର ଏହି ବିକାଶର ଧାରାରେ ଓଡିଶାକୁ ସାମିଲ କରିବାକୁ ହେଲେ ଦେଶ ସହ ରାଜ୍ୟରେ ବିଜେପିର ଡବଲ ଇଂଜିନର ସରକାର ଆବଶ୍ୟକ ବୋଲି ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୁଲବାଣୀ କରୋନେସନ ପଡିଆରେ ଆୟୋଜିତ ଏହି ସମାବେଶରେ ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି । ।
ଆଜି ଫୁଲବାଣୀ ହାଇସ୍କୁଲ ପଡିଆଠାରେ ହ୍ୟାଲିକ୍ୟାପ୍ଟର ଯୋଗେ ଆସି ଏହି ସାଧାରଣ ସଭାରେ ଯୋଗ ଦେଇଥିଲେ ଯୋଗୀ ଆଦିତ୍ୟନାଥ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ବିଷୟରେ କହିଥିଲେ । ମୋଦି ସରକାର ଯୁବକ, ମହିଳା, ଗରିବ, କୃଷକ ଆଦି ଦେଶର ସମସ୍ତ ବର୍ଗର ଲୋକଙ୍କ ପାଇଁ କଲ୍ୟାଣକର ଯୋଜନା କରିଛନ୍ତି । ଦେଢ କୋଟି ଗରିବ ପରିବାରଙ୍କୁ ଆବାସ ଯେଜନାରେ ଘର, ୪ କୋଟି ପରିବାରଙ୍କୁ ନିଶୁଲ୍କ ବିଦ୍ୟୁତ୍ ସଂଯୋଗ, ୭ କୋଟି ପରିବାରଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ୯.୫ କୋଟି ପରିବାରଙ୍କୁ ଶୈଚାଳୟ, ୧୨.୫ କୋଟି କିଶାନ ପରିବାରଙ୍କୁ ବାର୍ଷିକ ୬ ହଜାର ଟଙ୍କା ସହୟତା ଯୋଗାଇ ଦେବାର ବ୍ୟବସ୍ଥା, ୧୫ କୋଟି ବେକାର ଯୁବକଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଆର୍ଥିକ ସହୟତା , ୩୭ କୋଟି ଗରିବଙ୍କୁ ଜନଧନ ଯୋଜନାରେ ବ୍ୟାଙ୍କରେ ଖାତା ଖୋଲାଯାଇ୫୦ କୋଟି ଗରିବଙ୍କୁ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇଦେବାର ବ୍ୟବସ୍ଥା କେନ୍ଦ୍ରର ମୋଦି ସରକାର କରିଛନ୍ତି । ପ୍ରଧାନମନ୍ତ୍ରୀ ଷ୍ଟାଣ୍ଡଅପ ଯୋଜନା, ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ ଯୋଜନା, ମେକ୍ ଇନ ଇଣ୍ଡିଆ ଯୋଜନା ଆଦି ଅନେକ ଯୋଜନା ଦ୍ୱାରା ଦେଶର ବିଭିନ୍ନ କ୍ଷେତ୍ରରେ ବିକାଶକୁ ତ୍ୱରାନୀତ କରିଛନ୍ତି ମୋଦୀ ସରକାର । କେନ୍ଦ୍ର ବିଜେପି ସରକାରଙ୍କ ଗୋଟିଏ ମନ୍ତ୍ର ସବ୍କା ସାଥ, ସବ୍କା ବିକାଶ । ଦେଶ ବିଶ୍ୱରେ ଆର୍ଥିକ ଓ ସାମରିକ କ୍ଷେତ୍ରେରେ ତଥା ଆନ୍ତର୍ଯ୍ୟାତୀୟ କୁଟନୀତିରେ ଶକ୍ତିଶାଳୀ ହୋଇପାରିଛି ଯାହାଦ୍ୱାରା ଚୀନ ଭଳି ଦେଶ ମଧ୍ୟ ଆଜି ଭାରତ ଆଗରେ ଚୁପ ରହିଛି ବୋଲି କହିଥିଲେ ଯୋଗୀ ଆଦିତ୍ୟ ନାଥ । ଯେଉଁ ପାକିସ୍ତାନ ଆମ ସୌନିକଙ୍କ ମୁଣ୍ଡକାଟି ନେଇ ଯାଉଥିଲା ଆଜି ଭାରତୀୟ ସୈନିକଙ୍କୁ ତାଙ୍କର କୌଣସି କ୍ଷତି ନକରି ଗୋଟିଏ ଦିନରେ ସସମ୍ମାନେ ଆଣି ଭାରତକୁ ଅପକ୍ଷ୍ଣଚ୍ଚ କରିଛି ଏବଂ ଭାରତକୁ ଆକ୍ରମଣ କରିବା ଆଗରୁ ଶହେ ଥର ଚିନ୍ତା କରୁଛି । ପୁଲୱାମା ଘଟଣାର ମାତ୍ର ୭୨ ଘଂଟାରେ ପାକିସ୍ତାନ ଭିତରେ ପଶି ସମସ୍ତ ଆତଙ୍କବାଦୀଙ୍କୁ ମାରି ପ୍ରତିଶୋଧ ନେଇ ପାରିଛି ଭାରତ ବୋଲି କହିଥିଲେ ଯୋଗୀ ଆଦିତ୍ୟ ନାଥ ।