‘ଫିଫା ବିଶ୍ବକପ୍‌’ ଫାଇନାଲ୍‌ରେ ଆର୍ଜେଣ୍ଟିନାଠାରୁ ହାରିଯିବାରୁ ଫ୍ରାନ୍‌ସ୍‌ର ବିଭିନ୍ନ ସହରରେ ଦଙ୍ଗା

Dec 19, 2022 - 06:21
 38
‘ଫିଫା ବିଶ୍ବକପ୍‌’ ଫାଇନାଲ୍‌ରେ ଆର୍ଜେଣ୍ଟିନାଠାରୁ ହାରିଯିବାରୁ ଫ୍ରାନ୍‌ସ୍‌ର ବିଭିନ୍ନ ସହରରେ ଦଙ୍ଗା
ପ୍ୟାରିସ୍‌: ରବିବାର ଦିନ କତାର୍‌ରେ ଅନୁଷ୍ଠିତ ‘ଫିଫା ବିଶ୍ବକପ୍‌’ ଫାଇନାଲ୍‌ ‌ମ୍ୟାଚ୍‌ରେ ଫ୍ରାନ୍‌ସ୍‌କୁ ୪-୨ରେ ପରାସ୍ତ କରି ଆର୍ଜେଣ୍ଟିନା ‘ବିଶ୍ବକପ୍‌’ ନେଇଯିବା ପରେ ଫ୍ରାନ୍‌ସ କେତେକ ନଗରୀରେ ଦଙ୍ଗା ବ୍ୟାପିଥିବା କଥା ‘ନେକ୍‌ଷ୍ଟା ଟିଭି’ ରିପୋର୍ଟ କରିଛି। ସଂଗୃହୀତ ସୂଚନା ଅନୁସାରେ, ଆକସ୍ମିକ ‘ପେନାଲ୍‌ଟି ସୁଟ୍‌ଆଉଟ୍‌’ରେ ଆର୍ଜେଣ୍ଟିନା ୪-୨ରେ ବିଜୟ ହାସଲ କରିବା ପରେ ପ୍ୟାରିସ୍‌, ନାଇସ୍‌ ଏବଂ ଲିୟନ୍‌ ନଗରୀରେ ଅଗଣିତ ଫୁଟ୍‌ବଲ୍‌ପ୍ରେମୀ ରାସ୍ତାକୁ ଚାଲି ଆସିଥିଲେ।ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରାଯାଇଥିବା ଭିଡିଓରେ ଦେଖାଯାଉଛି, ପୁଲିସ କର୍ମଚାରୀମାନେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ପୁଲିସ କର୍ମଚାରୀମାନେ ଚେଷ୍ଟା କରୁଥିଲେ ବି ରାସ୍ତାଘାଟରେ ଗୋଳମାଳ ଚାଲିଥିଲା। ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ଲାଗି ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିବା କଥା ‘ଦି ଡେଲି ମେଲ୍‌’ ରିପୋର୍ଟ କରିଛି।