ଫାର୍ମାସିଷ୍ଟ ଏଣିକି ରୋଗୀ ଦେଖିବେ, ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବେ

Sep 23, 2021 - 14:38
 113
ଫାର୍ମାସିଷ୍ଟ ଏଣିକି ରୋଗୀ ଦେଖିବେ, ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବେ
ଭୁବନେଶ୍ୱର: ଏଣିକି ଫାର୍ମାସିଷ୍ଟ ଦେଖିବେ ରୋଗୀ ଓ ଲେଖିବେ ପ୍ରେସ୍‌କ୍ରିପ୍‌ସନ୍‌। ରାଜ୍ୟରେ ଦେଖାଦେଇଥିବା ଡାକ୍ତର ଅଭାବ ପୂରଣ ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ମାତ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଡାକ୍ତର। ସେମାନଙ୍କ ଯୁକ୍ତି ହେଲା, ବିନା ଡାକ୍ତରଙ୍କ ପରାମର୍ଶରେ ଫାର୍ମାସିଷ୍ଟମାନେ ଆଣ୍ଟି ବାୟୋଟିକ୍‌ ମେଡିସିନ ଲେଖିବା ଅନୁଚିତ। ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ନୂଆ ଅଫିସ୍‌ ଅର୍ଡରରେ ଲେଖାଯାଇଛି, କେଉଁ ରୋଗ ପାଇଁ ଫାର୍ମାସିଷ୍ଟ କେଉଁ ଔଷଧ ଦେବେ? ଏଥିସହ ଫାର୍ମାସିଷ୍ଟ୍‌ମାନେ ଆଣ୍ଟି ବାୟୋଟିକ୍‌ ମେଡିସିନ ଦେଇପାରିବେ। ଯେମିତିକି ଆଜିଥ୍ରୋମାଇସିନ, ଆମୋକ୍ସିଲିନ, ସାଇପ୍ରୋଫ୍ଲୋକ୍ସାସିନ ଭଳି ବହୁ ଆଣ୍ଟିବାୟୋଟିକ ମେଡିସିନ ଫାର୍ମାସିଷ୍ଟମାନେ ରୋଗୀଙ୍କ ପାଇଁ ଲେଖିପାରିବେ। ଯାହାକୁ ନେଇ ଆରମ୍ଭ ହୋଇଛି ବିତର୍କ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡାକ୍ତରଙ୍କ ବିନା ସୁପାରିଶରେ ଫାର୍ମାସିଷ୍ଟମାନେ ଆଣ୍ଟିବାୟୋଟିକ ମେଡିସିନ ଦେବା କଥା ନୁହେଁ। କାରଣ ସେମାନେ ଏ ପାଠ ପଢ଼ିନାହାନ୍ତି।