ପ୍ଲାଟୋ ଷ୍ଟେଜ୍‌ ନଆସିବା ପର୍ଯ୍ୟନ୍ତ କମିବନି ସଂକ୍ରମଣ, ଆଗକୁ ଆହୁରି ବଢିବ କେସ୍‌

Jan 9, 2022 - 06:14
 60
ପ୍ଲାଟୋ ଷ୍ଟେଜ୍‌ ନଆସିବା ପର୍ଯ୍ୟନ୍ତ କମିବନି ସଂକ୍ରମଣ, ଆଗକୁ ଆହୁରି ବଢିବ କେସ୍‌
ଭୁବନେଶ୍ୱର : ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି, ସେହିଭଳି ମଧ୍ୟ ଆଗକୁ ବଢ଼ିବ। ଯେ ପର୍ଯ୍ୟନ୍ତ ପ୍ଲାଟୋ ଷ୍ଟେଜ ନଆସିଛି , ତେଣୁ କହି ପାରିବା ନାହିଁ ଯେ କେବେ କମିବ ସଂକ୍ରମଣ । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଏପରି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପ୍ଲାଟୋ ଷ୍ଟେଜ ଆକଳନ କରିବା କଷ୍ଟକର। ଏହା ସହିତ ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ବୁଷ୍ଟର ଡୋଜ । ମୁଖ୍ୟତଃ ଆଗ ଧାଡ଼ିରେ ଥିବା ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ସେହି ମାନଙ୍କୁ ଏହି ଡୋଜ୍ ଦିଆଯିବ। ଆଶା କରାଯାଉଛି ଡବଲ ଡୋଜ୍ ପରେ ବୁଷ୍ଟର ଡୋଜ ଫଳ ପ୍ରଦ ହେବ। ପୂର୍ବ ଭଳି ଯେତୋଟି ଟିକାକରଣ କେନ୍ଦ୍ରରେ ଟିକାଦାନ କରାଯାଉଥିଲା ତାହା ବଳବତ୍ତର ରହିବ। ଏହା ଛଡ଼ା ଆବଶ୍ୟକ ପରିମାଣର ଶଯ୍ୟା ଓ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୁରୁତ୍ବ ଦିଆଯାଉଛି।