ପ୍ରେମିକ ଗିରଫ

Feb 7, 2019 - 17:40
 175
ଅନୁଗୋଳ, ୭/୨(ସକାଳଖବର): ରଙ୍ଗ ନମ୍ବରରୁ ସୃଷ୍ଟି ହୋଇଥିଲା ପ୍ରେମ । ପ୍ରେମ ପରେ ଯୁବତୀଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋକୁ ଭାଇରାଲ କରିଥିଲା ଧୋକାବାଜ ପ୍ରେମିକ । ଲୋକଲଜ୍ୟା ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିଲେ ଯୁବତୀ । ଆଉ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବାବେଳେ ଧୋକାବାଜ ପ୍ରେମିକଙ୍କୁ ଆଜି ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀଙ୍କ ପାଖକୁ କଲ ଯାଇଥିଲା । ଏହି କଲ କରିଥିଲେ ତାଳଚେର ଅଞ୍ଚଳ ରଘୁନାଥପୁରର ଯୁବକ ଦୀନେଶ ସାହୁ । ଏହି ରଙ୍ଗ କଲରୁ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଯାଇଥିଲା ପ୍ରେମ । ଗଢ଼ିଉଠିଥିବା ପ୍ରେମରୁ ଫାଇଦା ଉଠାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ଧୋକାବାଜ ପ୍ରେମିକ ଦୀନେଶ । ଆଉ ଯୁବତୀଙ୍କ ସରଳତାର ସୁଯୋଗ ନେଇ ଭିଡ଼ିଓ କଲିଂ ମାଧ୍ୟମରେ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଉତ୍ତୋଳନ କରିଥିଲା । ତେବେ ଏହି ପ୍ରେମ ପ୍ରତାରଣା ପାଲଟି ଯିବ ବୋଲି ଜାଣିପାରିନଥିଲା ସରଳ ନୀରିହ ଯୁବତୀ । ଆଉ ଧୋକାବାଜ ପ୍ରେମିକ ଦୀନେଶ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲା । ଏହି ଭାଇରାଳ ଭିଡ଼ିଓ ଖବର ପହଞ୍ଚôଥିଲା ଯୁବତୀଙ୍କ ପରିବାର ପାଖରେ । ତାପରେ ପରିବାର ତଥା ପଡ଼ା ପଡେ଼ାଶୀଙ୍କ ଲୋକ ଲଜ୍ୟା ସହିନପାରି ଗତ ଜାନୁୟାରୀ ୩୧ ତାରିଖରେ ଯୁବତୀ ଜଣଙ୍କ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ଯୁବତୀଙ୍କ ଆତ୍ମହତ୍ୟା ଖବର ପାଇ ଧୋକାବାଜ ପ୍ରେମିକ ଦୀନେଶ କିଛି ଦିନ ଫେରାର ହୋଇଥିବାବେଳେ ଆଜି ତାଙ୍କ ଗାଁକୁ ଆସିଥିଲା । ପୋଲିସ ଧୋକାବାଜ ପ୍ରେମିକ ଦୀନେଶ ଆସିବା ଖବର ପାଇ ଆଜି ଚଢ଼ାଉ କରି ତାଙ୍କୁ ଗିରଫ କରିଥିବା ଜଣାଯାଇଛି ।