ପ୍ରସନ୍ନ ହେଲେ ରାଜ୍ୟସଭା ସଂସଦୀୟ ଦଳ ନେତା

May 8, 2018 - 14:23
 125
ପ୍ରସନ୍ନ ହେଲେ ରାଜ୍ୟସଭା ସଂସଦୀୟ ଦଳ ନେତା
ଭୁବନେଶ୍ୱର, ୮/୫( ସକାଳଖବର) : ବରିଷ୍ଠ ସାଂସଦ ତଥା ବିଜେଡ଼ି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାରେ ବିଜେଡ଼ିର ସଂସଦୀୟ ଦଳ ନେତା କରାଯାଇଛି । ପୂର୍ବରୁ ଏହି ପଦବୀରେ ଦିଲ୍ଲୀପ ତିର୍କୀ ଥିଲେ । କିନ୍ତୁ ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ସରିଯିବାରୁ ଏହି ପଦବୀଟି ଖାଲି ପଡ଼ିଥିଲା । ବିଜେଡ଼ିର ଅନ୍ୟତମ ପ୍ରଭାବଶାଳୀ ନେତା ଅନଙ୍ଗ ଉଦୟ ସିଂହଦେଓ ଏହି ପଦବୀ ପାଇଁ ଦାବିଦାର ଥିଲେ ମଧ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସନ୍ନଙ୍କୁ ରାଜ୍ୟସଭାର ନେତା ଭାବେ ମନୋନୀତ କରିଛନ୍ତି । ଏବେ ରାଜ୍ୟସଭାରେ ବିଜେଡ଼ିର ୯ ଜଣ ସାଂସଦ ଅଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଅଚୁ୍ୟତ ସାମନ୍ତ, ଅନୁଭବ ମହାନ୍ତି, ସୌମ୍ୟରଂଜନ ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ, ପ୍ରତାପ କେଶରୀ ଦେବ, ନରେନ୍ଦ୍ର ସ୍ୱାଇଁ, ଭାସ୍କର ରାଓ ଓ ପ୍ରଶାନ୍ତ ନନ୍ଦ ରାଜ୍ୟସଭା ସାଂସଦ ଅଛନ୍ତି । କଂଗ୍ରେସର ଏକମାତ୍ର ସାଂସଦ ଅଛନ୍ତି ରଂଜୀବ ବିଶ୍ୱାଳ । ଅପରପକ୍ଷରେ ଭର୍ତ୍ତୃୃହରି ମହତାବ ଲୋକସଭାରେ ବିଜେଡ଼ିର ସଂସଦୀୟ ଦଳ ନେତା ରହିଛନ୍ତି ।