ପ୍ରଭାତ ପଟ୍ଟନାୟକଙ୍କୁ ଉକ୍ରଳରତ୍ନ ସମ୍ମାନ

May 7, 2018 - 14:45
 215
କଟକ ୬/୫(ସକାଳଖବର) : ଓଡ଼ିଶାର ସାମାଜିକ ଜୀବନକୁ ଋଦ୍ଧିମନ୍ତ କରିବାରେ ଉକ୍ରଳ ସାହିତ୍ୟ ଅନନ୍ୟ ଅବଦାନ ରହିଛି । ସାମୂହିକ ଅବଦାନ ସର୍ବଦା ସମାଜର ମଙ୍ଗଳ ସାଧିତ କରିଥାଏ ବୋଲି ଉକ୍ରଳ ସାହିତ୍ୟ ସମାଜର ୧୧୬ତମ ସମାବର୍ତ୍ତର୍ନ ଓ ସମ୍ମାନ ପ୍ରଦାନ ଉତ୍ସବରେ ‘ଉକ୍ରଳରତ୍ନ’ ସମ୍ମାନରେ ସମ୍ମାନିତ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଅର୍ଥନୀତିଜ୍ଞ ପ୍ରଫେସର ପ୍ରଭାତ ପଟ୍ଟନାୟକ ମତପ୍ରକାଶ କରିଛନ୍ତି । ଉକ୍ରଳ ସାହିତ୍ୟ ସମାଜର ୧୧୬ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ସାରସ୍ୱତ ପୀଠ ଶତାବ୍ଦୀ ଭବନଠାରେ ଅନୁଷ୍ଠାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ ଯୋଗ ଦେଇ ପ୍ରଫେସର ପ୍ରଭାତ ପଟ୍ଟନାୟକଙ୍କୁ ଉକ୍ରଳ ସାହିତ୍ୟ ସମାଜର ସର୍ବୋଚ୍ଚ ଉକ୍ରଳରତ୍ନ ସମ୍ମାନ ପ୍ରଦାନ କରିଥିଲେ । ସେ ପ୍ରଭାତ ପଟ୍ଟନାୟକଙ୍କ ଉତ୍ସର୍ଗିକୃତ ଜୀବନ ଓ ସାଧନାର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଉକ୍ରଳ ସାହିତ୍ୟ ସମାଜ ଦ୍ୱାରା ପ୍ରକାଶିତ ‘ପ୍ରତିଭା ପ୍ରଣାମ’ ଓ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଂପାଦିତ ‘ଉକ୍ରଳ ସାହିତ୍ୟ ସମାଜ ବକ୍ତୃତା ଓ ଅଭିଭାଷଣ’ ଉନ୍ମୋଚିତ ହୋଇଥିଲା । ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ।