ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଲକ୍ଷ୍ନୌ ଗସ୍ତ

Jul 27, 2018 - 19:07
 169
ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଲକ୍ଷ୍ନୌ ଗସ୍ତ
ଭୁବନେଶ୍ୱର,୨୭/୭ (ସକାଳଖବର):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ଓ ୨୯ ଜୁଲାଇରେ ଦୁଇ ଦିନିଆ ଲକ୍ଷ୍ନୌ ଗସ୍ତରେ ଯିବେ । ଜୁଲାଇ ୨୮ ତାରିଖ ଦିନ "Transforming Urban Landscape" କାର୍ୟ୍ୟକ୍ରମରେ ଯୋଗଦେବେ । ଏହି କାର୍ୟ୍ୟକ୍ରମ ଭାରତ ସରକାରଙ୍କ ସହରୀ ବିକାଶ ପଦକ୍ଷେପ ଅନ୍ତର୍ଗତ ତିନୋଟି ପ୍ରମୁଖ ଯୋଜନାର ତୃତୀୟ ବାର୍ଷିକ ଅବସରରେ ଆୟୋଜିତ କରାଯାଉଛି । ଏଥି ମଧ୍ୟରେ ସହରୀ ବିକାଶ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର), ସହରାଂଚଳକୁ ନୂତନ ରୂପାନ୍ତରଣ କରିବା ପାଇଁ ଅଟଳ ମିଶନ ଏବଂ ସ୍ମାର୍ଟ ସିଟି ମିଶନ ଯୋଜନାକୁ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ସହରୀ ବିକାଶ ମିଶନ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ମଧ୍ୟ ପରିଦର୍ଶନ କରିବେ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରୁ ଆସିଥିବା ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାର ୩୫ ଜଣ ହିତାଧୀକାରୀଙ୍କ ସହିତ ସାକ୍ଷାତ କରିବେ । ଏହି ଅବସରରେ ଉତ୍ତରପ୍ରଦେଶର ବିଭିନ୍ନ ସହରରେ ବସବାସ କରୁଥିବା ଏହି ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ କନଫରେନସିଙ୍ଗ ଜରିଆରେ ଆଲୋଚନା କରିବେ । ପ୍ରଧାମନ୍ତ୍ରୀ ଏହି ଅବସରରେ ସହରୀ ବିକାଶ ଯୋଜନା ଅଧୀନରେ ତ୍ତଉତ୍ତରପ୍ରଦେଶରେ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ରାଜ୍ୟରେ ପୁଂଜି ନିବେଶକୁ ଆକୃଷ୍ଟ କରିବା ଏବଂ ଔଦ୍ୟୋଗିକୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଫେବୃଆରୀ ୨୦୧୮ରେ ଉତ୍ତରପ୍ରଦେଶ ପୁଂଜି ନିବେଶ ସମ୍ମିଳନୀର ଆୟୋଜନ କରିଥିଲେ । ଏହାଦ୍ୱାରା ରାଜ୍ୟରେ ନୂତନ ପାରମ୍ପରିକ ଶକ୍ତି, ଭିତ୍ତିଭୂମି, ଶକ୍ତି, ସୂଚନା ଓ ପ୍ରଯୁକ୍ତି, ବୈଦ୍ୟୁତିକ ଉତ୍ପାଦନ, ପର୍ୟ୍ୟଟନ ଆଦି କ୍ଷେତ୍ରରେ ୪.୨୮ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଂଜି ନିବେଶ କରାଯାଇପାରିଛି । ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ସହରୀ ବିକାଶ ସହିତ ଜଡିତ ୮୧ ଟି ପ୍ରକଳ୍ପ ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ପ୍ରସ୍ତାବ ମିଳିଛି । ଜୁଲାଇ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ଲକ୍ଷ୍ନୌଠାରେ ଏହି ପ୍ରକଳ୍ପଗୁଡିକ ପାଇଁ ହେବାକୁ ଥିବା ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗଦେବେ ।