ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ, ରାଙ୍କ ୱାନ୍‌ରେ ୧୮ ଜଣ

Sep 15, 2021 - 06:06
 57
ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ, ରାଙ୍କ ୱାନ୍‌ରେ ୧୮ ଜଣ
ନୂଆଦିଲ୍ଲୀ: ପ୍ରକାଶ ପାଇଛି ଚଳିତ ଥରର ଜେଇଇ ମେନ୍ ପରୀକ୍ଷା ଫଳ। ନାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ପରୀକ୍ଷାରେ ଏଥର ସର୍ବଭାରତୀୟ ସ୍ତରରେ ପ୍ରଥମ ରାଙ୍କରେ ୧୮ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ୪୪ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ମାର୍କ ଆଣିଛନ୍ତି। ପରୀକ୍ଷାର୍ଥୀ ନିଜ ରାଙ୍କ NTA ୱେବସାଇଟ୍ jeemain.nta.nic.inରେ ଦେଖିପାରିବେ। ସର୍ବଭାରତୀୟ ସ୍ତରରେ ସିଧାସଳଖ ଇଞ୍ଜିନିୟରିଂ ପାଠକ୍ରମରେ ଛାତ୍ରଛାତ୍ରୀ ଆଡମିଶନ୍ ଏହାଦ୍ୱାରା କରିପାରିବେ। ଗତ ମାସ ୨୬, ୨୭, ୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ସାରା ଦେଶରେ ଅନୁଷ୍ଠିତ ହୋଇଥିଲା ଏହି ପରୀକ୍ଷା। ଦେଶର ପ୍ରାୟ ୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ରାଜ୍ୟର ପ୍ରାୟ ଲକ୍ଷେ ଛାତ୍ରଛାତ୍ରୀ ଅଛନ୍ତି। ଚଳିତବର୍ଷ ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ ଅନୁଷ୍ଠିତ ହୋଇଥିଲା। ୪ଟି ପରୀକ୍ଷାରୁ ଛାତ୍ରଛାତ୍ରୀଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ଗ୍ରହଣ କରାଯାଇଛି।