ପୌର ନିର୍ବାଚନକୁ ନେଇ ବଡ ଖବର

Mar 21, 2022 - 08:59
 194
ପୌର ନିର୍ବାଚନକୁ ନେଇ ବଡ ଖବର
ଭୁବନେଶ୍ୱର: ପାଖେଇ ପୌର ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ପୌର ନିର୍ବାଚନ ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ମୋଟ ୪୦ଳକ୍ଷ ୫୫ହଜାର ଭୋଟର ଭୋଟ ଦାନରେ ସାମିଲ ହେବେ । ଭୋଟ ଗ୍ରହଣ ପାଇଁ ମୋଟ ୨୨ହଜାର ପୋଲିଂ କର୍ମଚାରୀ ରହିବେ ।୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ ନିଜ ନିଜ ବୁଥରେ ପହଞ୍ଚିବେ । ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ସରିବ । ୨୪ ତାରିଖ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୨୬ ତାରିଖ ସକାଳ ୮ଟାରୁ ସରିବା ପର୍ଯ୍ୟନ୍ତ ଭୋଟ ଗଣତି ଚାଲିବ । ନିର୍ବାଚନ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି ।