ସୁଙ୍ଗୁଡା଼ରେ ଇଦ୍ ଉଲ୍ ଫିତର ପାଳିତ

Apr 23, 2023 - 06:42
 57
ସୁଙ୍ଗୁଡା଼ରେ ଇଦ୍ ଉଲ୍ ଫିତର ପାଳିତ
ଜହ୍ନ ଦେଖିବା ପରେ ଏକ ମାସ ରମଜାନ ଓଷା ପାଳନ କଲା ପରେ ଗତ କାଲି ସଂଧ୍ୟାରେ ଚନ୍ଦ୍ର ଦୁର୍ଶ୍ୟମାନ ଇଦ୍ କା ଚାନ୍ଦ ଦେଖିବା ପରେ ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଜଣାଇଥିଲା l ସକାଳୁ ନୂତନ ବସ୍ତ୍ର ପରିଧାନ କରି ସମସ୍ତେ ସୁଙ୍ଗୁଡା଼ ଇଦ୍ଗା ପଡିଆ ଠାରେ ଏକତ୍ରିତ ହୋଇ ଇଦ୍ ନମାଜ ପାଠରେ ସାମିଲ ହୋଇଥିଲେ lମୋୖଲନା କାଶୀମ ରଜା କଦିରି ନମାଜ ପାଠ କରିଥିଲେ lଅଲ୍ଲା ମହାପୁରୁଷ ମହମ୍ମଦଙ୍କ ପ୍ରଦର୍ଶିତ ମାର୍ଗରେ ଜୀବନ ଅତିବାହିତ କରିବା ଭାଇଚାରା ସୁଷ୍ଟି କରିବା ସହ ଇସଲାମିକ ବ୍ୟବସ୍ଥା ସୁନ୍ନି ସରିୟତ ମୁତାବିକ୍ ପାଳନ କରିବା ଏହି ନମାଜ ପାଳନ ଅବସରରେ ସୁଙ୍ଗୁଡା ସୁନ୍ନି ମୁସଲିମ ବସ୍ତି ପକ୍ଷରୁ ସମସ୍ତେ ଉପସ୍ଥିତ ରହି ନମାଜରେ ସାମିଲ ରହିଥିଲେ l ସମସ୍ତଙ୍କ ଘରେ ଘରେ ସ୍ଵାଦିଷ୍ଟ ଖାଦ୍ୟ ସହ ନୂତନ ବସ୍ତ୍ର ବଡ଼ ଠାରୁ ସାନ ପର୍ଯ୍ୟନ୍ତ ଝିଅ ଠାରୁ ମହିଳା ପର୍ଯ୍ୟନ୍ତ ସମସ୍ତେ ସମସ୍ତଙ୍କୁ କନ୍ଧେ ସେ କନ୍ଧା ମିଳାଇ ଇଦ୍ ମୁବାରକ ଜଣାଇଥିଲେ l ବସ୍ତିର ମହୋଲ ଏପରି ଲାଗୁଥିଲା କେହି କାହାରି ଶତ୍ରୁ ନାହାନ୍ତି l ବସ୍ତିରେ ବିଭିନ୍ନ ରାଜନୈତିକ ଦଳର ନେତା ଆସି ଇଦ୍ ଉଲ୍ ଫିତର ପର୍ବରେ ସାମିଲ ହୋଇ ଇଦ୍ ମୁବାରକ ଜଣାଇଥିଲେ l ସେହିପରି ବଡଚଣା ବ୍ଲକର ଦର୍ପଣ, ବାତୋ, ଚାରିନଂଗଳ, ନଳୀପୁର ପତରାଜପୁର, ଛତିଆ ଧାନମଣ୍ଡଳ ଆଦି ମୁସଲିମ ବସ୍ତିମାନଙ୍କରେ ଇଦ୍ ପାଳିତ ହୋଇଯାଇଛି l