ପୁଣି ଭୁବନେଶ୍ୱରର ବିମାନବନ୍ଦରରୁ ସୁନା ଜବତ

Aug 31, 2018 - 18:58
 169
ପୁଣି ଭୁବନେଶ୍ୱରର ବିମାନବନ୍ଦରରୁ  ସୁନା ଜବତ
ଭୁବନେଶ୍ୱର ୩୧/୮ (ସକାଳଖବର): ପୁଣି ଥରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସୁନା ଜବତ କରାଯାଇଛି । ଶୁକ୍ରବାର ଦିନ ବିମାନ ବନ୍ଦରରୁ ଚୋରାଚାଲାଣ ହେଉଥିବା ବେଳେ ୩୪୦ ଗ୍ରାମ ସୁନା ଜବତ କରାଯାଇଛି । ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ । କ୍ୱାଲାଲମ୍ପପୁରରୁ ଚେନ୍ନାଇକୁ ସୁନା ଚୋରା ·ଲାଣ ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ଦ୍ୱାରା ସୁନା ଧରାପଡିଥିଲା । ଏହି ଘଟଣାରେ ଦୁଇ ଜଣଙ୍କ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।