ପୁଣି ପିପିଲିରେ ଫୁଟିଲା ବୋମା

Sep 29, 2021 - 11:48
 100
ପୁଣି ପିପିଲିରେ ଫୁଟିଲା ବୋମା
ପିପିଲି: ଆସନ୍ତାକାଲି ପିପିଲି ଉପନିର୍ବାଚନ ପାଇଁ ମତଦାନ । ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୁଥ କେନ୍ଦ୍ରରେ ପହଁଞ୍ଚି ସାରିଛି ଇଭିଏମ୍ ମେସିନ୍ ଓ ପୁଲିଙ୍ଗ ପାର୍ଟି । ମତଦାନ ଲାଗି ୨୨୦୦ ପୁଲିଙ୍ଗ୍ କର୍ମଚାରୀ ପଠାଯାଇଛି । ସମସ୍ତ ପ୍ରକାର କେଭିଡ୍ ଗାଇଡଲାଇନ୍ସ ମାନି ମତଦାନ କରାଯିବ । ଏହାରି ଭିତରେ ପିପିଲିରେ ଅଶାନ୍ତ ବାତାବରଣ ବଢିବାରେ ଲାଗିଛି । ନିକଟରେ ବଜେପି ପାର୍ଟି ଅଫିସ୍ ଉପରେ ବୋମା ମାଡ ହୋଇଥିବାବେଳେ ପୁଣି ପିପିଲି ବଜାର ଠାରୁ ମାତ୍ର ୩ କିଲୋମିଟର ଦୂରରେ, ମାଧିପୁର ମତଦାନ କେନ୍ଦ୍ରରେ ନିକଟରେ ବୋମା ଫୁଟିଛି । ଏହି ବୋମା ବିସ୍ଫୋରଣ ପରେ ଦୁର୍ବୁତ୍ତ ପେରାରା ହୋଇଯାଇଛନ୍ତି । ମାଧିପୁର ଛକ ରାସ୍ତାରୁ ବୋମାର ଅଂଶ ଠାବ କରାଯାଇଛି । ଏନେଇ ସ୍ଥାନୀୟ ଜନସାଧାରଣ ଭୟଭୀତ ଅବସ୍ଥାରେ ଅଛନ୍ତି ।