ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡିଆ ସଂସ୍କରଣ

Aug 13, 2018 - 17:52
 189
ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡିଆ ସଂସ୍କରଣ
ଭୁବନେଶ୍ୱର,୧୩/୮ (ସକାଳଖବର):ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡିଆ ସଂସ୍କରଣ ସୋମବାର ଦିନ ଲୋକାର୍ପିଣ ହୋଇଛି । ଏହି ପୁସ୍ତକକୁ ଲୋକାର୍ପିତ କରିବା ଅବସରରେ ଜଣେ ସାଧାରଣ ପିଲା ଦୃଢ ସଂକଳ୍ପ ଓ ଇଚ୍ଛାଶକ୍ତି ବଳରେ ସୁପରମ୍ୟାନ ହୋଇପାରିବବୋଲି ରାଜ୍ୟପାଳ କହିଛନ୍ତି । ସରକାରୀ ସ୍କୁଲରେ ପାଠ ପଢୁଥିବା ଗରିବ ଓଡିଆ ପରିବାରର ପିଲାମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ଏଗଜାମ ୱାରିୟର୍ସର ପହଁଚୁ ଏହା ତାଙ୍କର ମୂଳ ପୁସ୍ତକ ଉନ୍ମୋଚନ ଦିନରୁ ଇଚ୍ଛା ଥିଲା ବୋଲି ଏହି ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜୟଦେବ ଭବନ ଠାରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଅବସରରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଗରିବ ଓଡିଆ ପିଲାର ମେଧାଶକ୍ତି ଓଡିଶାଭଳି ରାଜ୍ୟର ମୂଳ ସମ୍ବଳ । ଓଡିଆ ଜାତିର ପ୍ରାଣ ଏହାର ଭାଷା,ସଂସ୍କୁତିଓ ଜନଜୀବନ । ଶ୍ରୀ ପ୍ରଧାନ କହିଛନ୍ତି ଓଡିଶା ଭଳି ଏକ ଭାଷା ସର୍ବସ୍ୱ ରାଜ୍ୟରେ ୧୮୮୫ ମସିହାରେ ମଧୁସୂଦନ ରାଓ ଛବିଳ ମଧୁ ବର୍ଣବୋଧ ଲେଖିଥିଲେ । ଏହା ଜାତୀୟ କଂଗ୍ରେସ ଗଠନ ପୂର୍ବରୁ ଛବିଳ ମଧୁ ବର୍ଣବୋଧ ଓଡିଆ ପିଲାଙ୍କ ପାଖରେ ପହଁଚିଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲିଖିତ ପୁସ୍ତକର ଓଡିଆ ଅନୁବାଦର ଲୋକାର୍ପଣ ଓଡିଶାବାସୀଙ୍କ ପାଇଁ ଏକ ଗୌରବର ଦିନ ହୋଇ ରହିବ । ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଜନସଂଖ୍ୟାର ୨୫ କୋଟି ଯୁବ ଜନସଂଖ୍ୟା କୌଣସି ନା କୌଣସି ବାଟରେ ପରୀକ୍ଷା ଦେଉଛି । ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀ ପରୀକ୍ଷାକୁ ସାମ୍ନା କରିବା ନାଁରେ ଜୀବନ ଯୁଦ୍ଧକୁ ସାମ୍ନା କରିବାର ସରଳସୁତ୍ର ବତାଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ସଂଘର୍ଷମୟ ଜୀବନର ଅନୁଭୂତିରୁ ଯେଉଁ ପରାମର୍ଶ ଏହି ପୁସ୍ତକରେ ଦେଇଛନ୍ତି ତାହା ଯୁବପୀଢିଙ୍କ ପାଇଁ ମର୍ମସ୍ପର୍ଶୀ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାର ପ୍ରକାଶ ରାଓ ପରି ପରି କଟକରେ ସମାଜ ଅଫିସ ଆଗରେ ଚା ବିକୁଥିବା ପରି ବ୍ୟକ୍ତିତ୍ୱ ହୁଅନ୍ତୁ ଅଥବା ବାଲେଶ୍ୱରର ନୀଳଗିରିରେ ମଶାରୀ ବାଂଟୁଥିବା ଝିଅ ଯମୁନା ମଣୀ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନିଜେ ଖୋଜି ବାହାର କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ ପରିଚୟ କଲାବେଳେ ଦିଲୀର ଅକ୍ଷରଧାମ ମନ୍ଦିର ପଛରେ ଶିଳ୍ପୀଗୁରୁଙ୍କ ହାତଥିବା କହି ପ୍ରଧାନମନ୍ତ୍ରୀ କୌଣସି ପ୍ରସଙ୍ଗରେ କେତେ ଭିତରକୁ ଯାନ୍ନ୍ି ତାହା ସ୍ପଷ୍ଟ ବୁଝି ହେଉଛି । ଶ୍ରୀ ପ୍ରଧାନ କହିଛନ୍ତି ଏପରି ନେତୃତ୍ୱ ହାତରେ ଦେଶର ଭବିଷ୍ୟତ ସମ୍ପୂର୍ଣ ସୁରକ୍ଷିତ ଓ ଭାରତ ବିଶ୍ୱରେ ଏକନମ୍ବର ହେବାପାଇଁ କେହି ରୋକିପାରିବେ ନାହିଁ ।