ପିଙ୍କ୍‌ ବଲ ଟେଷ୍ଟ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ଆରମ୍ଭ

Mar 10, 2022 - 05:53
 63
ପିଙ୍କ୍‌ ବଲ ଟେଷ୍ଟ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ଆରମ୍ଭ
ବାଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ମାର୍ଚ୍ଚ ୧୨ ରୁ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ ଦିବାରାତ୍ରୀ ଖେଳାଯିବା ସହ ପିଙ୍କ୍‌ ବଲରେ ଖେଳାଯିବ । ଭାରତୀୟ ଖେଳାଳିମାନେ ଏହି ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିସିସିଆଇ ଏହାର ସରକାରୀ ଟ୍ୱିଟର ଆକାଉଣ୍ଟରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଅଧିବେଶନର କିଛି ଚିତ୍ର ପୋଷ୍ଟ କରିଛି ଯେଉଁଥିରେ ଖେଳାଳିମାନେ ଗୋଲାପୀ ବଲ ସହିତ ଦେଖାଯାଉଛନ୍ତି । ଘରୋଇ ମାଟିରେ ଏହା ଭାରତର ଦ୍ୱିତୀୟ ଗୋଲାପୀ ବଲ ଟେଷ୍ଟ ହେବ, ଟିମ୍‌ ଇଣ୍ଡିଆ ୨୦୧୯ ରେ ବାଂଲାଦେଶ ବିପକ୍ଷରେ ଗୋଲାପୀ ବଲ୍‌ ଟେଷ୍ଟ ଖେଳାଥିଲା । ଏଥିରେ ବିରାଟ କୋହଲି ଶତକ ଅର୍ଜନ କରିଥିଲେ । ଏହା ପରଠାରୁ ବିରାଟ ଆଉ ଅନ୍ତର୍ଜାତୀୟସ୍ତରରେ କୌଣସି ଶତକ ଅର୍ଜନ କରିନାହାନ୍ତି । ସିରିଜର ପ୍ରଥମ ଟେଷ୍ଟରେ ଏକ ଇନିଂସ ଏବଂ ୨୨୨ ରନରେ ମୋହାଲି ଟେଷ୍ଟ ଜିତିବା ପରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ବାଙ୍ଗାଲୋର ଟେଷ୍ଟରେ ବିଜୟୀ ହୋଇ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ମୂଳପୋଛ କରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ଦୃଢ କରିବାକୁ ନଜର ରଖିଛି । ପଏଣ୍ଟ ଟେବୁଲରେ ଭାରତ ବର୍ତ୍ତମାନ ୫ଗ୍ଧଷ ମ ସ୍ଥାନରେ ରହିଛି । ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆର ଦଳରେ ପରିବର୍ତ୍ତନ କରାଯାଇଛି । ବିସିସିଆଇ କୁଲଦୀପ ଯାଦବଙ୍କୁ ଦଳରୁ ବାହାର କରି ଅକ୍ଷର ପଟେଲଙ୍କୁ ସ୍ଥାନ ଦେଇଛି । କୁଲଦୀପଙ୍କୁ କେବଳ ଅକ୍ଷରର ବ୍ୟାକଅପ୍‌ ଭାବରେ ଦଳରେ ସ୍ଥାନ ଦିଆଯାଇଥିଲା, ବର୍ତ୍ତମାନ ଅକ୍ଷର ଫିଟ୍‌ ହେବା ପରେ ତାଙ୍କୁ ମୁକ୍ତ କରାଯାଇଛି । ପିକ୍‌ ବଲ୍‌ ଟେଷ୍ଟରେ ଦ୍ରୁତ ବୋଲରମାନଙ୍କ ପ୍ରାଧାନ୍ୟ ରହିବ । ତେଣୁ ଭାରତ ତିନି ପେସର ଓ ଦୁଇ ସ୍ପିନରକୁ ନେଇ ପଡିଆକୁ ଓହ୍ଲାଇପାରେ । ଏମିତି ହେଲେ ଜୟନ୍ତ ଯାଦବ ବଲରେ ମହମ୍ମଦ ସିରିଜଙ୍କୁ ଦଳରେ ସ୍ଥାନ ମିଳିପାରେ ।