ପାଇକ ବିଦ୍ରୋହ ସ୍ମାରକୀ ପାଇଁ ୯.୬୮୫ ଏକର ଜମି ଦେଲେ ସରକାର

Jul 19, 2022 - 08:09
 46
ପାଇକ ବିଦ୍ରୋହ ସ୍ମାରକୀ ପାଇଁ ୯.୬୮୫ ଏକର ଜମି ଦେଲେ ସରକାର
ଭୁବନେଶ୍ୱର : ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ୯.୬୮୫ ଏକର ଜମି ଯୋଗାଇଦେଲେ । ଆଜି ବିଧାନସଭାର ଶୂନ୍ୟ କାଳରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏକ ବିବୃତି ମାଧ୍ୟମରେ ଗୃହକୁ ଜଣାଇଥିଲେ ଯେ ରାଜ୍ୟ ସରକାର ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଖୋର୍ଦ୍ଧା ମୋଜାର ବରୁଣେଇ ପାହାଡ ପାଦଦେଶରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହ ସ୍ମରଣ କରିବା ଉଦେ୍ଧଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ନାମରେ ୨ ଏକର ୬୮୫ ଡେସିମିଲ ଜମି ବିନା ମୂଲ୍ୟରେ ଯୋଗାଇଦେବା ପାଇଁ ନିଷ୍ପତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦକୁ ୩୧ କୋଟି ୯୭ ଲକ୍ଷ ୬୨ ହଜାର ୯୩୪ ଟଙ୍କା ଛାଡ଼ କରିବା ପାଇଁ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି । ପ୍ରକାଶ ଥାଉ କି ୧୮୫୭ ମସିହା ସିପାହୀ ବିଦ୍ରୋହ ବହୁ ପୂର୍ବରୁ ୧୮୧୭ ମସିହାରେ ବରୁଣେଇ ପାହାଡ ପାଦଦେଶରେ ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗଠିତ ଯୁଦ୍ଧ ଯାହା ପାଇକ ବିଦ୍ରୋହ ନାମରେ ଇତିହାସରେ ନାମିତ , ତାହା ସମଗ୍ର ଭାରତ ବର୍ଷରେ ସ୍ୱାଧୀନତା ଆନେ୍ଦାଳନର ପ୍ରଥମ ପଦକ୍ଷେପ ନାମରେ ବିଦିତ । ଏହି ସଂଗ୍ରାମ ତକôାଳୀନ ରୋଡଙ୍ଗର ଜମିଦାର ବକ୍ସି ଜଗବନ୍ଧୁ ବିଦ୍ୟାଧର ରାୟ ମହାପାତ୍ରଙ୍କ ନେତୃତ୍ୱରେ ଲଢ଼ି ଯାଇଥିଲା । ଏହି ସଂଗ୍ରାମରେ ଓଡ଼ିଶାର ବହୁ ସଂଗ୍ରାମୀ ଯୋଦ୍ଧା ଅଂଶଗ୍ରହଣ କରିଥିଲେ । ଏହି ଯୋଦ୍ଧା ମାନଙ୍କୁ ଓଡ଼ିଶାରେ ପାଇକ ବୋଲି କୁହାଯାଏ । ଏହା ଓଡ଼ିଶାର ଐତିହ ଓ ସଂଗ୍ରାମୀ ପରମ୍ପରାର ପ୍ରତୀକ ହୋଇଥିବାରୁ ଏବଂ ଭାରତର ସ୍ୱାଧୀନତା ଆନେ୍ଦାଳନ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରେରଣା ଯୋଗାଇବାରେ ସହାୟକ ହୋଇଥିବାରୁ ଏହି ସଂଗ୍ରାମ ସଂଗଠିତ ହୋଇଥିବା ସ୍ଥଳରେ କେନ୍ଦ୍ର ସରକାର ଏକ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇ ଦେଇଛନ୍ତି । ଏହି ସ୍ମାରକୀ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ବିକାଶରେ ମଧ୍ୟ ସହଯୋଗ କରିବା ସହ ଐତିହାସିକ ଓ ଗବେଷକମାନଙ୍କୁ ବିଶେଷ ସହାୟତା ପ୍ରଦାନ କରିବ ।