ପଦ୍ମଶ୍ରୀ ନନ୍ଦକିଶୋର କରୋନା ପଜିଟିଭ

Nov 30, 2021 - 05:19
 92
ପଦ୍ମଶ୍ରୀ ନନ୍ଦକିଶୋର କରୋନା ପଜିଟିଭ
ଯାଜପୁର: ଶହେ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଚାଟଶାଳୀ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ଏବେ କଳିଙ୍ଗନଗର ସ୍ଥିତ ଟାଟା ମେଡିକାଲ ହସ୍ପିଟାଲରେ ଚିକିସôିତ ହେଉଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ଅକ୍ସିଜେନ ଲାଗିଥିବା ସୁପରିଟେଣ୍ଡେଣ୍ଟ ଡାକ୍ତର ସୁଧାଂଶୁ ସୁତାର କହିଛନ୍ତି । ସୂଚନା ଅନୁସାରେ ଗତକାଲି ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡିଯିବାରୁ ତାଙ୍କୁ ପ୍ରଥମେ ସୁକିନ୍ଦା ମେଡିକାଲରେ ଭର୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ ଯାଜପୁର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଗତ ରାତିରେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ତଳେ ଏହି ମହାନ ବ୍ୟକ୍ତି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ସମ୍ମାନିତ ହେବା ସମୟରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରିଥିଲେ । ଶହେ ବର୍ଷରୁ ଉଦ୍ଧ୍ୱର୍ ବୟସ ସତ୍ତ୍ୱେ ସେ ମାଗନାରେ ପିଲାମାନଙ୍କୁ ଓ ବରିଷ୍ଠ ନାଗରିଙ୍କୁ ଶିକ୍ଷାଦାନ କରୁଥିଲେ ।