ପଦାର୍ପଣରେ ଶତକ ମାରିଲେ ଆୟର୍

Nov 26, 2021 - 06:12
 54
ପଦାର୍ପଣରେ ଶତକ ମାରିଲେ ଆୟର୍
କାନପୁର: ଯୁବ ପ୍ରତିଭାଶାଳୀ ବ୍ୟାଟର୍ ଶ୍ରେୟସ୍ ଆୟର ନିଜର ପଦାର୍ପଣ ଟେଷ୍ଟରେ ଶତକ ମାରିଛନ୍ତି। ଏଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚାଲିଥିବା ପ୍ରଥମ ଟେଷ୍ଟରେ ଡେବ୍ୟୁ କରିଥିବା ଶ୍ରେୟସ ଏହି ଶତକ ମାରି ଏଲିଟ୍ ତାଲିକାରେ ସ୍ଥାନ ପାଇଛନ୍ତି। ସେ ମାତ୍ର ୧୫୭ ବଲରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି।ଗୁରୁବାର ପ୍ରଥମ ଦିବସରେ ଶ୍ରେୟସ ଏଭଳି ସମୟରେ ବ୍ୟାଟିଂ କରିବାକୁ ଆସିଥିଲେ, ଯେଉଁ ସମୟରେ ଭାରତ ସଂକଟରେ ପଡ଼ିଥିଲା। ହେଲେ ଆୟର୍ ବିଶ୍ୱର ଏକ ନମ୍ବର ଟେଷ୍ଟ ଟିମର ବୋଲିଂ ଆଟାକକୁ ଦୃଢ଼ତାର ସହ ସାମ୍ନା କରିଥିଲେ ଏବଂ ଧୀରେ ଧୀରେ ନିଜ ଇନିଂସକୁ ଆଗକୁ ବଢ଼ାଇଥିଲେ। ସେ ୯୪ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ସେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ ଦେଖାଇଥିଲେ। ତେବେ ସେ ପରବର୍ତ୍ତୀ ୬୪ ବଲରେ ଆଉ ୫୦ ରନ୍ କରି ସେଞ୍ଚୁରୀ ହାସଲ କରିଥିଲେ।