ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା, ମ୍ୟାଚ୍‌ ବେଳେ ଆହତ ହେଲେ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ

Dec 28, 2021 - 13:49
 72
ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା, ମ୍ୟାଚ୍‌ ବେଳେ ଆହତ ହେଲେ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ
ସେଞ୍ଚୁରିୟନ୍ ୨୮/୧୨ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଞ୍ଚୁରିୟନରେ ଜାରିରହିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳକୁ ବଡ ଝଟ୍‌କା ଲାଗିଛି । ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡିଛି । ଯାହା ଫଳରେ ସେ ପଡିଆରୁ ବାହାରକୁ ଯିବାକୁ ପଡିଛି । ତାଙ୍କ ସ୍ଥାନରେ ବଦଳ ଖେଳାଳିଭାବେ ଶ୍ରେୟସ ଆୟର ଫିଲ୍ଡିଂ କରୁଛନ୍ତି । ତେବେ ବୁମରାହଙ୍କ ଆହତ କେତେ ଜଟିଳ ତାହା ଜଣାପଡିନଥିବା ବେଳେ ମେଡିକାଲ ଟିମ ଲଗାତାର ଭାବେ ପରୀକ୍ଷା ଜାରି ରଖିଛନ୍ତି । ଯଦି ବୁମରାହ ତୁରନ୍ତ ସୁସ୍ଥ ନହୁଅନ୍ତି ତେବେ ଭାରତର ଟେନସନ୍‌ ବଢିବ । ବୁମରାହ ତାଙ୍କ ପ୍ରଥମ ଓଭରରେ ହିଁ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟ୍‌କା ଦେଇଥିଲେ ।