ପତି-ପତ୍ନୀ ଝଗଡ଼ା: ସ୍ତ୍ରୀର ଜୀବନ ଗଲା, ସଦ୍ୟଜାତ କନ୍ୟା ଗୁରୁତର

Jun 2, 2018 - 19:31
 169
ପତି-ପତ୍ନୀ ଝଗଡ଼ା: ସ୍ତ୍ରୀର ଜୀବନ ଗଲା, ସଦ୍ୟଜାତ କନ୍ୟା ଗୁରୁତର
ବାରିପଦା, ୨/୬( ସକାଳଖବର): ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହର କରୁଣ ପରିଣତି ସ୍ୱରୂପ ସ୍ୱାମୀକୁ କିଛି ନଜଣାଇ ଗର୍ଭବତୀ ପତ୍ନୀ ଘରେ କବାଟ କିଳି ସନ୍ତାନ ପ୍ରସବ କରି ଶେଷରେ ପ୍ରାଣ ହରାଇଛନ୍ତି । ମୟୁରଭଞ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ମାଣିଦା ଗ୍ରାମର ରାଜେଶ କୁମାର ସେଠୀ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ପୂର୍ବ ରାତିରେ ଝଗଡ଼ା ହୋଇଥିଲା । ଝଗଡ଼ା ରାତିରେ ସ୍ତ୍ରୀଙ୍କୁ ପ୍ରସବ ବେଦନା ହେବାରୁ ପୂର୍ବ ଝଗଡାକୁ ମନେ ପକାଇ ପତ୍ନୀ କାହାରିକୁ କିଛି ନକହି ଘର କବାଟ ବନ୍ଦ କରି ଜନ୍ମ ଦେଇଥିଲେ ଏକ କନ୍ୟା ସନ୍ତାନ । ସକାଳୁ ଘର କବାଟ ନଖୋଲିବାରୁ ସ୍ୱାମୀ ପାଖ ପଡୋଶୀଙ୍କୁ ଡାକ ପକାଇବାରୁ ଜନସାଧାରଣ କବାଟ ଖୋଲି ଆଶା କର୍ମୀ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କେହି ନଆସିବାରୁ ଗ୍ରାମବାସୀ ଅଟୋରେ ମା ଓ ଶିଶୁକୁ ବାଙ୍ଗିରିପୋଷୀ ଡାକ୍ତରଖାନାକୁ ପ୍ରଥମେ ଆଣିଥିଲେ । ସେଠାରେ ଡ଼ାକ୍ତର ମା’କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଶିଶୁ କନ୍ୟାଟିର ଅବସ୍ଥା ଗୁରୁତର ହେବାରୁ ତାକୁ ବାରିପଦା ଡାକ୍ତରକାନା ସ୍ଥାନାନ୍ତର କରାଯାଇଛି ।