ପଞ୍ଚଭୂତରେ ଲୀନ ହେଲେ ସୀତାରାମ

Sep 26, 2021 - 13:11
 116
ପଞ୍ଚଭୂତରେ ଲୀନ ହେଲେ ସୀତାରାମ
କରଞ୍ଜିଆ: ପଞ୍ଚଭୂତରେ ଲୀନ ହେଲେ ଓଡ୍ରାଫ୍‌ର ଯବାନ ସୀତାରାମ ମୁର୍ମୁ। ତାଙ୍କ ଗାଁ ମୁକ୍ତାଝରିରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୁକ୍ରବାର ଦିନ କଟକ ମୁଣ୍ଡଳି ବ୍ରିଜ୍ ନିକଟରେ ବୋଟ୍ ବୁଡ଼ି ଘଟଣାରେ ନିଖୋଜ ଥିବା ସୀତରାମଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳେ ତାଙ୍କ ଗାଁ ମୟୂରଭଞ୍ଜର ମୁକ୍ତାଝରିକୁ ଅଣାଯାଇଥିଲା। ତେବେ ପ୍ରଶାସନ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ପରିବାର ଲୋକେ ଶବକୁ ଗ୍ରହଣ କରି ନଥିଲେ। ସୀତାରାମଙ୍କ ମୃତଦେହରେ ଜାତୀୟ ପତାକା ରଖାଯାଇ ନଥିବା ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଠିକ୍ ସମୟରେ ନପହଞ୍ଚି ତାଙ୍କୁ ଅସମ୍ମାନିତ କରିଥିବା ଭଳି ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ। ଏହା ସହିତ ତାଙ୍କୁ ସହିଦ ମାନ୍ୟତା ଦେବା ସହିତ ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ ଭରଣପୋଷଣ ପାଇଁ ଉଚିତ୍ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା ଦେବାକୁ ଦାବି କରି ମୃତଦେହକୁ ଗ୍ରହଣ କରି ନଥିଲେ।