ନେପାଳର ପୋଖରା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ୬୮ ଯାତ୍ରୀ ଥିବା ବିମାନ

Jan 15, 2023 - 06:18
 42
ନେପାଳର ପୋଖରା ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ୬୮ ଯାତ୍ରୀ ଥିବା ବିମାନ
ନୂଆଦିଲ୍ଲୀ: ଆଜି ସକାଳେ ନେପାଳର କାଠମାଣ୍ଡୁର ପୋଖରା ଅଭିମୁଖେ ଯାତ୍ରା କରୁଥିବା ‘ୟେତି ଏୟାର୍‌ଲାଇନ୍‌’ର ଗୋଟାଏ ‘ଏଟିଆର୍‌୭୨’ ବିମାନ କାସ୍‌କି ଜିଲ୍ଲା ଅନ୍ତର୍ଗତ ପୋଖରା ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ଦି କାଠମାଣ୍ଡୁ ଟାଇମ୍‌ସ୍‌’ ରିପୋର୍ଟ କରିଛି। ଗଣମାଧ୍ୟମକୁ ‘ୟେତି ଏୟାର୍‌ଲାଇନ୍‌ସ୍‌’ର ମୁଖପାତ୍ର କହିଛନ୍ତି, ସୁଦର୍ଶନ ବର୍‌ତୌଲାରେ ଥିବା ପୁରୁଣା ବିମାନ ବନ୍ଦର ଓ ପୋଖରା ଆନ୍ତର୍ଜାତିକ ବିମାନ ବନ୍ଦର ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନରେ ସମୁଦାୟ ୬୮ଜଣ ଯାତ୍ରୀ ଓ ୪ଜଣ କ୍ରୁ’ ଥିଲେ। ଦୁର୍ଘଟଣାସ୍ଥଳରୁ ଧୂଆଁ କୁଣ୍ଡଳୀ ଉଠୁଥିବା ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ଫଟୋ ଓ ଭିଡିଓରେ ଦେଖାଯାଉଛି। ହେଲିକପ୍ଟର୍‌ ଯୋଗେ ଦଳେ ଉଦ୍ଧାରକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ସମ୍ପ୍ରତି କିଛି ସମୟ ପାଇଁ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି।