ନିର୍ବାଚନ କମିଶନଙ୍କ ଘୋଷଣା, ମେ ୩୧ରେ ବ୍ରଜରାଜନଗର ଉପ ନିର୍ବାଚନ

May 2, 2022 - 13:08
 80
ନିର୍ବାଚନ କମିଶନଙ୍କ ଘୋଷଣା, ମେ ୩୧ରେ ବ୍ରଜରାଜନଗର ଉପ ନିର୍ବାଚନ
ଭୁବନେଶ୍ୱର, ୦୨/୦୫: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ବିଧାୟକ ପଦ ପାଇଁ ହେବ ଉପ ନିର୍ବାଚନ । ମେ ୩୧ ତାରିଖରେ ଏହି ଉପ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଏହି ନିର୍ବାଚନ ପାଇଁ ମେ ୪ ତାରିଖରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବେ ଆଶାୟୀ ପ୍ରାର୍ଥୀ । ସେହିଦିନ ହିଁ ନାମାଙ୍କନ ଯାଞ୍ଚ କରାଯିବ । ୧୭ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ ଆଶାୟୀ । ମେ ୩୧ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଜୁନ୍‌ ୩ ତାରିଖରେ ଗଣତି ହେବ ।