ନିଖୋଜ ଦୁଷ୍କର୍ମ ପୀଡିତା ଠାବ

Sep 5, 2022 - 06:03
 51
ନିଖୋଜ ଦୁଷ୍କର୍ମ ପୀଡିତା ଠାବ
ପାରାଦୀପ : ପାରାଦୀପରେ ନିଖୋଜ ଥିବା ଦୁଷ୍କର୍ମ ପୀଡ଼ିତାଙ୍କ ମିଳିଲା ପତ୍ତା। ଝିଅର ସୂଚନା ମିଳିଥିବା ନେଇ ଆଦର୍ଶ ଥାନା ଆଇଆଇସିଙ୍କୁ ଫୋନ୍ କରି ଜଣାଇଛନ୍ତି ପୀଡ଼ିତାଙ୍କ ବାପା । ନିଜ ମାଉସୀଙ୍କ ଘରେ ଥିବା ନେଇ ସୂଚନା ଦେଇଛନ୍ତି । ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଜେଲରେ ଟିଆଇ ପରେଡ କାର୍ୟ୍ୟକ୍ରମ ଥିଲା । ଏହା ପୂର୍ବରୁ ସେ ନିଖୋଜ ହେବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ପୀଡ଼ିତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଗତମାସରେ ପାରାଦୀପ ଏମ୍ପାୟର୍ସ ହୋଟେଲ ନିକଟରୁ ୪ଜଣ ଯୁବକ ଏକ ନାଲି କାରରେ ଆସି ଆଶାକର୍ମୀଙ୍କୁ ଜୋରଜବରଦସ୍ତ ଅପହରଣ କରି ନେଇଯାଇଥିଲେ । ସେମାନଙ୍କ ଭିତରୁ ଜଣେ ତାଙ୍କୁ ଦୁଷ୍କର୍ମ କରିଥିବା ବେଳେ ୩ ଜଣ ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଗତକାଲି ଟିଆଇ ପରେଡରେ ଅପରାଧୀଙ୍କୁ ଚିହ୍ନଟ କରିବାକୁ କାର୍ୟ୍ୟକ୍ରମ ସ୍ଥିର ହୋଇଥିଲା । ଏଥିପାଇଁ ପୋଲିସ ପକ୍ଷରୁ ଆଶାକର୍ମୀଙ୍କୁ ଯୋଗାଯୋଗ କରାଯାଇଥିଲା । ହେଲେ ଆଶାକର୍ମୀଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ।