ଦଲାଲ ଓ ଠକ ଚୌକିଦାର ବିରୋଧରେ ମେଳି କରିଛନ୍ତି :ପ୍ରଧାନମନ୍ତ୍ରୀ

Jan 15, 2019 - 18:17
 140
ଦଲାଲ ଓ ଠକ ଚୌକିଦାର ବିରୋଧରେ ମେଳି କରିଛନ୍ତି :ପ୍ରଧାନମନ୍ତ୍ରୀ
ବଲାଙ୍ଗୀର, ୧୫/୧(ସକାଳଖବର): ଦିଲ୍ଲୀରେ ତାଙ୍କ ନେତୃତ୍ୱରେ ସରକାର ଗଠନ ପୂର୍ବରୁ ଦଲାଲ ଓ ଦୁର୍ନୀତିଖୋର ମାନେ ବାର୍ଷିକ ୯୦ ହଜାର କୋଟି ଟଙ୍କା ସାଧାରଣ ଲୋକଙ୍କ ଅର୍ଥକୁ ଚଳୁ କରୁଥିଲେ । ଚୌକିଦାର ଭାବେ ଦେଶକୁ ଜଗି ଏହି ୯୦ ହଜାର କୋଟି ଟଙ୍କା ତହବିଲରେ ବଂଚାଇ ଗରିବ କଲ୍ୟାଣ ଯୋଜନା କରିବା ପାଇଁ ସେ ସଫଳ ହୋଇଛନ୍ତି ବୋଲି ବଲାଙ୍ଗୀର ଠାରେ ବିଶାଳ ଜନସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ପୂର୍ବରୁ ଏତେ ସବୁ ଟଙ୍କା ଯେଉଁ ମାନଙ୍କ ପକେଟକୁ ଯାଉଥିଲା ସେମାନେ ତାଙ୍କ ଉପରେ ରାଗୁଛନ୍ତି, ଗାଳି କରୁଛନ୍ତି । ଏହି ଦୁର୍ନୀତିଖୋର ମାନେ ତାଙ୍କ ଭଳି ଚୌକିଦାରଙ୍କୁ ବାହାର କରିବା ପାଇଁ ମେଳି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସାଧାରଣ ଲୋକଙ୍କ ପାଇଁ ଲଢୁଥିବା ଏହି ଲଢେଇରେ ସଫଳ ହେବାପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଦେଶର ଗରିବଙ୍କ ହକ ଛଡାଉଥିବା ଏହି ଅସାଧୁଙ୍କୁ ଜେଲ ପଠାଯିବା ଦରକାର ବୋଲି ଜନସଭାକୁ ସମ୍ଭୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ।