ଥରିଲା ଜମ୍ମୁ-କଶ୍ମୀର ଓ ହରିଆଣା

Sep 12, 2018 - 05:28
 196
ଥରିଲା ଜମ୍ମୁ-କଶ୍ମୀର ଓ ହରିଆଣା
ନୂଆଦିଲ୍ଲୀ,୧୨/୯ (ସକାଳଖବର): ଜମ୍ମୁ କଶ୍ମୀର ଓ ହରିଆଣାରେ ବୁଧବାର ଭୋର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଜମ୍ମୁ କଶ୍ମୀର ଓ ହରିଆଣାର ଝଜ୍ଜରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁ କଶ୍ମୀରରେ ସକାଳ ୫ଟା ୧୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ରିକ୍ଟର ସ୍କେଲରେ ୪.୬ ତୀବ୍ରତା ଥିଲା । ସେହିଭଳି ହରିଆଣାର ଝଜ୍ଜରରେ ସକାଳୁ ୫ଟା ୪୩ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ଏଠାରେ ଭୂକମ୍ପର ତୀବ୍ରତା ୩.୧ ମପାଯାଇଛି । ଆଜିର ୨ଟି ଯାକ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ।