ସୋନୁ ନିଗମ ଓ ଟିମ୍‌କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅ ଗିରଫ

Feb 21, 2023 - 06:33
 41
ସୋନୁ ନିଗମ ଓ ଟିମ୍‌କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅ ଗିରଫ
ମୁମ୍ବାଇ: ‌ସୋମବାର ରାତିରେ ଏକ ସଂଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତ‌ାଙ୍କ୍‌ ଟିମ୍‌ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ସ୍ବପ୍ନିଲ୍‌ ପ୍ରକ‌ାଶ ଫ‌ଟେରପେକର୍‌ଙ୍କୁ ଗିରଫ କରିଛି। ସ୍ବପ୍ନିଲ୍‌ ହେଉଛନ୍ତି ଚେମ୍ବୁରର ବିଧାୟକ ପ୍ରକାଶ ଫ‌ଟେରପେକର୍‌ଙ୍କ ପୁଅ। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ସ୍ପପ୍ନିଲ୍‌ ସୋନୁଙ୍କ ସହ ଏକ ଫଟୋ ଉଠାଇବାକୁ ତାଙ୍କ ନିକଟକୁ ଯାଇଥିଲେ। ହେଲେ କଣ୍ଠଶିଳ୍ପୀଙ୍କ ଟିମ୍‌ର ସଦସ୍ୟ ତାଙ୍କୁ ଚିହ୍ନିନପାରି ସୋନୁଙ୍କ ପାଖକୁ ସ୍ବପ୍ନିଲ୍‌ଙ୍କୁ ଛାଡ଼ିନଥିଲେ। ଏହି କଥାକୁ ନେଇ ବିଧାୟକଙ୍କ ପୁଅ ସ୍ବପ୍ନିଲଙ୍କ ସମର୍ଥକ ଓ ସୋନୁ ନିଗମଙ୍କ ଟିମ୍‌ ମଧ୍ୟରେ ବିବାଦ ଉପୁଜିିଥିଲା।