ଢେଙ୍କାନାଳ ଆରଟିଓଙ୍କ ଜାମିନ ମାମଲାରେ ୧୪ରେ ଶୁଣାଣି

Aug 6, 2018 - 16:06
 229
ଢେଙ୍କାନାଳ ଆରଟିଓଙ୍କ ଜାମିନ ମାମଲାରେ ୧୪ରେ ଶୁଣାଣି
କଟକ,୬ା୮(ସକାଳଖବର): ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍ଟିଓ) ବସନ୍ତ କୁମାର ବେହେରାଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଭିଜିଲାନ୍ସ ପକ୍ଷରୁ ଜାମିନକୁ ବିରୋଧ କରାଯାଇଥିଲା । ଏବେ ତାଙ୍କ ବିରୋଧରେ ତଦନ୍ତ ଚାଲିଛି, ତେବେ ତାଙ୍କୁ ଜାମିନ ଦିଆଗଲେ; ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଦର୍ଶାଯାଇଥିଲା । ତେବେ ଏହି ମାମଲାରେ ଆସନ୍ତା ୧୪ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।