ଡ଼କାୟତି ଉଦ୍ୟମ ପଣ୍ଡ, ୫ ଡ଼କାୟତ ଗିରଫ

Sep 20, 2018 - 17:03
 169
ଅନୁଗୋଳÿ,୨୦/୯ (ସକାଳଖବର): ବଅଁରପାଳ ଥାନା ଯୋରାଗାଡ଼ିଆ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ନିକାଞ୍ଚନ ସ୍ଥାନରେ ଲୁଟ ପାଇଁ ଏକତ୍ରିତ ହୋଇଥିବା ଏକ ଡ଼କାୟତ ଦଳର ୫ଜଣଙ୍କୁ ପୁଲିସ ଗିରଫ କରିଛି । ଆଉ ୫ଜଣ ଡ଼କାୟତ ଖସି ପଳାଇଥିବା ଜଣାଯାଇଛି । ପୁଲିସ ସୁତ୍ରରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ୧୦ ଜଣ ଡ଼କାୟତ ଯୋରାଗାଡ଼ିଆ ଅଞ୍ଚଳରୁ ଲୁଟ କରିବା ପାଇଁ ୫୫ ନମ୍ବର ଜାତୀୟ ରାଜପଥ ପଡ଼ରେ ଏକତ୍ରୀତ ହୋଇଥିଲେ । ରାତି ପ୍ରାୟ ସାଢେ଼ ୨ଟା ବେଳେ ବଅଁରପାଳ ଥାନା ଅଧିକାରୀ କନକ କୁମାର ମାଝୀ ଓ ଏଏସଆଇ ନରେଶ ଚନ୍ଦ୍ର ସିଂ ସଦଳବଳ ବଅଁରପାଳରୁ ଯୋରାଗାଡ଼ିଆ ଅଭିମୁଖେ ପାଟ୍ରୋଲିଂ ପାଇଁ ଯାଉଥିବା ବେଳେ ସେମାନଙ୍କୁ ରାସ୍ତା କଡ଼ରେ ଦେଖି ସନେ୍ଦହ କରି ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ୫ଜରଙ୍କୁ ପୁଲିସ କାବୁ କରି ନେଇଥିଲା । ଗିରଫ ୫ଜଣ ଡ଼କାୟତ ହେଲେ ମୋଟଙ୍ଗା ଥାନା ଖଡ଼ଗପ୍ରସାଦ ଗ୍ରାମର ଜିତେନ୍ଦ୍ର ବେହେରା (୩୨), ଜଗନ୍ନାଥ ନାଏକ (୧୯), କୁଶପଙ୍ଗା ଗ୍ରାମରଦୈତାରୀ ନାଏକ(୩୬), ଅନୁଗୋଳ ଥାନା ହେମସୁରପଡ଼ାର ମନୁ ଜେନା (୨୬) ଓ ଟେଣ୍ଟୋଲୋଇ ଗ୍ରାମର ସୁବ୍ରତ ନାଏକ(୩୦) । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୫ଜଣ ଫେରାର ଡ଼କାୟତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।