ଟେଷ୍ଟ୍ କ୍ରିକେଟରୁ ବିଦା ହେବେ ଏହି ୪ କ୍ରିକେଟର, ଟିମ୍‌ରେ ନେବେନି ରୋହିତ !

Feb 10, 2022 - 07:00
 58
ଟେଷ୍ଟ୍ କ୍ରିକେଟରୁ ବିଦା ହେବେ ଏହି ୪ କ୍ରିକେଟର, ଟିମ୍‌ରେ ନେବେନି ରୋହିତ !
ନୂଆଦିଲ୍ଲୀ ୧୦/୦୨: ରୋହିତ ଶର୍ମା ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ଅଧିନାୟକ ହେବା ଏକ ପ୍ରକାର ସ୍ଥିର ହୋଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ୧-୨ରେ ସିରିଜ ହାରିବା ପରେ ବିରାଟ କୋହଲି ଟେଷ୍ଟରୁ ଅଧିନାୟକ ପଦ ଛାଡିଥିଲେ । ଭାରତ ଆଉ କିଛି ଦିନ ପରେ ଶ୍ରୀଲଙ୍କା ଗସ୍ତ କରିବ । କିନ୍ତୁ ଏହି ଗସ୍ତରେ ଆଜିଙ୍କ୍ୟ ରାହାଣେଙ୍କ ସମେତ ୪ ବରିଷ୍ଠ ଖେଳାଳିଙ୍କୁ ସ୍ଥାନ ମିଳିବା କଷ୍ଟକର । ଖରାପ ପ୍ରଦର୍ଶନ ପାଇଁ ଏହି ସବୁ ଖେଳାଳିମାନେ ଦଳରୁ ବାଦ୍ ପଡିବେ । ଇନସାଇଡ୍ ସ୍ପୋର୍ଟସ ଅନୁସାରେ, ରାହାଣେଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା, ଇଶାନ୍ତ ଶର୍ମା, ଋଦ୍ଧିମାନ ଶାହଙ୍କୁ ଟେଷ୍ଟ୍ ସିରିଜରେ ସ୍ଥାନ ମିଳିବ ନାହିଁ । ଚୟନକର୍ତ୍ତା କିଛି ନୂଆ ଚେହେରାଙ୍କୁ ସାମିଲ କରିପାରନ୍ତି । କୋଚ ରାହୁଲ ଦ୍ରାବିଡ ଓ ଦଳର ମ୍ୟାନେଜମେଣ୍ଟ କିଛି ବରିଷ୍ଠ ସଦସ୍ୟଙ୍କ ସହ କଥା ହୋଇ ଏହି ନିଷ୍ପତ୍ତି ନେଇଛନ୍ତି । ରାହାଣେ ଓ ପୂଜାରା ଗତ ଗତ ୨ ବର୍ଷ ହେଲା ଫର୍ମ ପାଇଁ ସଙ୍ଘର୍ଷ କରୁଛନ୍ତି । ତାଙ୍କୁ ବିସିସିଆଇ ରଣଜୀ ଟ୍ରଫି ଖେଳିବାକୁ କହିଛି । ଉଭୟ ଖେଳାଳି ଟେଷ୍ଟରୁ ପ୍ରଥମ ଶ୍ରେଣୀ କ୍ରିକେଟକୁ ଓହ୍ଲାଇଛନ୍ତି । ପ୍ରଦର୍ଶନ ଉପରେ ସେମାନଙ୍କର ଭବିଷ୍ୟତ ନିର୍ଭର କରେ । ତାଙ୍କ ସ୍ଥାନରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ବିସିସିଆଇ ଅଧିକାରୀଙ୍କ କହିବାନୁସାରେ,ଇଶାନ୍ତ ଓ ଋଦ୍ଧିମାନଙ୍କ ଭଲ ସମୟ ଚାଲି ଯାଇଛି । ସେମାନଙ୍କର ବୟସ ମଧ୍ୟ ଅଧିକ ହେଲାଣି । ସେମାନେ ଦଳ ପାଇଁ ବହୁତ ଭଲ ପ୍ରଦର୍ଶନ କରିସାରିଛନ୍ତି । ଇଶାନ୍ତ ଦଳ ପାଇଁ ୧୦୦ରୁ ଅଧିକ ଟେଷ୍ଟ ଖେଳି ସାରିଛନ୍ତି ବୋଲି ସେ କହିଛନ୍ତି ।