ଟେଣ୍ଡର ଅନିୟମିତତା

Aug 1, 2018 - 15:09
 204
ଟେଣ୍ଡର ଅନିୟମିତତା
କଟକ,୧ା୮(ସକାଳଖବର): କଳାହାଣ୍ଡି ଫରେଷ୍ଟ ଡିଭିଜନ ଅଧିନରେ ହୋଇଥିବା ଏକ ଟେଣ୍ଡରରେ ଅନିୟମିତତାକୁ ନେଇ ହାଇକୋର୍ଟରେ ଶକ୍ତି ବାୟୋ ଫର୍ଟିଲାଇଜର ପକ୍ଷରୁ ଦାୟର ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜବାବ ଦାଖଲ କରିବା ପାଇଁ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଆସନ୍ତା ୨୦ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଏହି ମାମଲାରେ କୋର୍ଟ ଟେଣ୍ଡର ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ ।