ଜୋର ଜବରଦସ୍ତ ବନ୍ଦ କରିପାରିବନି: ହାଇକୋର୍ଟ

Nov 11, 2021 - 13:51
 68
ଜୋର ଜବରଦସ୍ତ ବନ୍ଦ କରିପାରିବନି: ହାଇକୋର୍ଟ
ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ପ୍ରସଙ୍ଗରେ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ବନ୍ଦ କରିବା ବଦଳରେ ହରତାଳ କରିପାରିବେ। ହେଲେ ଜୋର ଜବରଦସ୍ତି କାହାରିକୁ ବନ୍ଦ କରିପାରିବେ ନାହିଁ ବୋଲି ହାଇକୋର୍ଟ ସିଧାସିଧା କହିଛନ୍ତି। ମମିତା ମେହେର ହତ୍ୟା ଘଟଣାରେ ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦର ଘୋଷଣା କରିଥିଲା। ଏହି ସମୟରେ ଦୋକାନ ବନ୍ଦ କରିବାକୁ କୁହାଯାଇଥିଲା। କିନ୍ତୁ ଏହା ବିରୋଧରେ କଟକର ଜଣେ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମଧ୍ୟ ଶୁଣାଣି ପାଇଁ ଅପରାହ୍ଣ ୪ଟା ଧାର୍ଯ୍ୟ କରିଥିଲେ। ଶୁଣାଶି କରି ହାଇକୋର୍ଟ କହିଛନ୍ତି ଯେ, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ରହିଛି, ଯେଉଁ ଆଧାରରେ କୌଣସି ପ୍ରକାରରେ ଜବରଦସ୍ତି ବନ୍ଦ କରାଯାଇପାରିବ ନାହିଁ। ତେଣୁ ବନ୍ଦ ବଦଳରେ କେବଳ ହରତାଳ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି।