ଓଡ଼ିଶାରେ ବଢ଼ିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୪ ଚିହ୍ନଟ

Dec 26, 2021 - 05:50
 59
ଓଡ଼ିଶାରେ ବଢ଼ିଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୪ ଚିହ୍ନଟ
ଭୁବନେଶ୍ୱର: ଧୀରେ ଧୀରେ ବଢୁଛି କରୋନ ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଉ ୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଓଡ଼ିଶାରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍‌ ସାଇନ୍ସ (ଆଇଏଲ୍‌ଏସ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିବା ଆଇଏଲ୍‌ଏସ୍‌ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଏହି ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ନାଇଜେରିଆ ଓ ୨ ଜଣ ୟୁଏଇରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଗଲେଣି। ନାଇଜେରିଆରୁ ଯେଉଁ ଦୁଇ ଜଣ ଫେରିଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂରୁ ସମସ୍ତେ ନେଗେଟିଭ ବାହାରିଛନ୍ତି। ସେହିଭଳି ୟୁଏଇ ଫେରନ୍ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରି RT-PCR ଟେଷ୍ଟ ପାଇଁ ପଠାଯାଇଛି।