ଜିମରେ ଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା, ବୟାନ ରେକର୍ଡ

Mar 14, 2023 - 06:13
 35
ଜିମରେ ଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା, ବୟାନ ରେକର୍ଡ
କଟକ: ସିଡିଏ ସେକ୍ଟର୍‌-୯ରେ ଜିମ୍ ମାଲିକ ଚିନ୍ମୟ ସ୍ବାଇଁଙ୍କର ପତ୍ତା ପାଉ ନାହିଁ କମିସନରେଟ୍ ପୁଲିସ। ତାଙ୍କ ମା’ଙ୍କର ବି ପତ୍ତା ମିଳୁ ନାହିଁ। ଅନ୍ୟପଟେ ମର୍କତନଗର ଥାନା ପୁଲିସ ପକ୍ଷରୁ ପୀଡ଼ିତାଙ୍କ ସିଆର୍‌ପିସିର ୧୬୪ରେ ଅଦାଲତରେ ବୟାନ ରେକର୍ଡ କରାଯାଇଛି। ଏହା ସହିତ କଟକ ବଡ଼ ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା କରାଯାଇଛି। ଅଭିଯୋଗ ଅନୁଯାୟୀ, ୨୦୨୨ ଜାନୁଆରି ୨ ତାରିଖରେ ସିଡିଏ ସେକ୍ଟର୍‌-୯ର ଜଣେ ଯୁବତୀ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଜିମ୍‌କୁ ଆସିଥିଲେ। ଜିମ୍‌ର ମାଲିକ ଚିନ୍ମୟ ସ୍ବାଇଁଙ୍କ ସହିତ ପରିଚୟ ବଢ଼ିବା ପରେ ୨୦୨୨ ମାର୍ଚ୍ଚ ୧୬ ତାରିଖରେ ଚିନ୍ମୟ ତାଙ୍କୁ ରିଫ୍ରେସମେଣ୍ଟ ଡ୍ରିଙ୍କ୍‌ ଆଳରେ ନିଶା ଦେଇ ଶାରୀରିକ ସମ୍ପର୍କ ରଖିବା ସହ ଫଟୋ ଓ ଭିଡିଓ ରେକର୍ଡ କରି ବ୍ଲାକମେଲ୍ କରିଥିଲେ। କାଶ୍ମୀର ନେଇ ସେଠାରେ ବି ଦୁଷ୍କର୍ମ କରିଥିବା ଯୁବତୀ ଅଭିଯୋଗ କରିଥିଲେ।