ଜାଲ ଘର ପଟ୍ଟା ଦେଇଥିବା ରବି ନନ୍ଦଙ୍କ ଗିରଫ ଦାବି

Jun 26, 2018 - 18:19
 199
ଜୟପୁର ୨୬/୬( ସକାଳଖବର) - ଜାଲ ପଟ୍ଟା ଦେଇ ନିରିହ, ଗରିବ ଖଟିଖିଆ ଙ୍କୁ ଠକିଥିବା ରବି ନାରାୟଣ ନନ୍ଦଙ୍କୁ ତୁରନ୍ତ ଗିରଫ କରିବାକୁ ଆଜି ଦାବି କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି । ଜୟପୁର ନିବାଚନ ମଣ୍ଡଳି ଅନ୍ତର୍ଗତ ବୋରିଗୁମ୍ମା ଏବଂ ଜୟପୁର ବ୍ଲକର ବିଭିନ୍ନ ଗ୍ରାମରେ ୨୦ ହାଜରରୁ ଅଧିକ ଜାଲ ଘର ଢିହ ପଟ୍ଟା ବଣ୍ଟାଯାଇଛି । ଏ ନେଇ ବିଧାୟକ ତାରା ପ୍ରସାଦ ବାହନିପତି ବାରମ୍ବାର ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ପରେ ମଧ୍ୟ କିଛି ପଦକ୍ଷେପ ନିଯାଇ ନାହିଁ । ତେଣୁ ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକଙ୍କ ଆହ୍ନାନରେ ରଜାନହର ଛକ ଠାରୁ ବିଶାଳ ଶୋଭାଯାତ୍ରା ବାହାରି ଉପ ଜିଲାପାଳ ଆବାସିକ କାଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସେଠାରେ ଜୟପୁର ବିଧାୟକ ବାହିନିପତି ଉପସ୍ଥିତ ରହ କହିଥିଲେ ଯେ ଲୋକ ଙ୍କୁ ଭୋଟ ପା÷ଇବା ଆସାରେ ଜାଲ ପଟ୍ଟା ଦେଇ ଲୋକଙ୍କୁ ଠକିଛନ୍ତି । ତେଣୁ ୨ମାସ ଭିତରେ ପଟ୍ଟା ପ୍ରଦାନ କରାଯାଉ ନଚେତ ଜୟପୁର ତସହସିଲ, ଉପ ଜିଲାପାଳ କାଯ୍ୟଳୟ ଘେରାଉ କରିବା ସହ ବିଧାନସଭା ଘେରାଉ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନି ଦେଇଛନ୍ତି । ଏପରିକି ସରକାରି ରେର୍କର୍ଡରେ ନଥିବାଜାଲ ପଟ୍ଟା ବାଣ୍ଟିଥିବା ପୁବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଓ ପ୍ରଶାସନିକ ଅଧିକାରି ଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି । ବାହିନିପତି କହିଛନ୍ତି ଯେ ଏଭଳି ଜାଲ କାରବାର ଜୟପୁର ନିବାଚନ ମଣ୍ଡଳିରେ ୨୦୦୦ରୁ ୨୦୧୪ ମସିହା ଯାଏ ଏଠାରେ ବିଧାୟକ ରହିଥିବା ରବି ନାରାୟଣ ନନ୍ଦ ଲୋକଙ୍କୁ ଭୁତେଇବା ପାଇଁ ବହୁ ଜାଲ କାରବାର କରୁଥିଲେ । ୨୦୧୨ ପଞ୍ଚାୟତ ନିବାଚନ ବେଳେ ଜାଲ ଖାଉଟି କାର୍ଡ ବାଣ୍ଟି ଲୋକଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ପ୍ରଚାର କରୁଥିଲେ । ଏହି ସମୟରେ କଂଗ୍ରେସ ଏହାକୁ ବରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଲୋକଙ୍କ ଦିଆଯାଇଥିବା ଜାଲ ଖାଉଟି କାର୍ଡ ରଦ୍ଧ କରିଯିବା ସହ ପ୍ରକୃତ ହିତାଧିକାରି ଚୟନ କରାଯାଇଥିଲା ।ଏଭଳି ଢଙ୍ଗରେ ସେ ୨୦୦୮ରୁ ୨୦୧୩ ମସିହା ଯାଏ ୨ଟି ବ୍ଲକରେ ପ୍ରାୟ ୨୦ ହଜାର ଜାଲ ଘର ପଟ୍ଟା ବାଣ୍ଟିଛନ୍ତି । ଏହି ପଟ୍ଟା ବଣ୍ଟନ ବେଳେ ରାଜସ୍ୱ ବିଭାଗର କିଛି କର୍ମଚାରି ଏବଂ ବିଜେଡି ନେତା ତାଙ୍କୁ ସହଯୋଗ କରୁଥିଲେ । ଗାଁ ଗିାଁ ବୁଲି ସେ ବିଜେଡି ନେତାଙ୍କ ତାଲିକା ଅନୁସାରେ ଘର ପଟ୍ଟା ନିଜ ଲୋକଙ୍କ ଦ୍ୱାରା ଲେଖାଇ ବାଣ୍ଟି ଚାଲିଥିଲେ୍ ।