ଗୃହରେ କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ, ଗୃହ ବାରମ୍ବାର ମୁଲତବୀ

Jul 17, 2019 - 18:15
 145
ତେଣୁ ଶ୍ରୀ ସାଲୁଜା କହିଥିଲେ େ ଯ ବିଧାନସଭାରେ ଦୁଇ ଜଣ ଇନଚାର୍ଜ ମନ୍ତ୍ରୀ ଉତର ଦେଉଛନ୍ତି । ସେ କଟାକ୍ଷ କରି କହିଛନ୍ତି । ତେଣୁ ଯଦି ଦୁଇ ଜଣ ମନ୍ତ୍ରୀ ସବୁ କରି ପାରୁଛନ୍ତି ତେବେ ୧୫ ପ୍ରତିଶତ ମନ୍ତ୍ରୀଙ୍କର ଆବଶ୍ୟକତା କଣ ରହିଛି । ଭୁବନେଶ୍ୱର, ୧୭/୭(ସକାଳଖବର) କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ବାଚସ୍ପତି କହିବାକୁ ଅନୁମତି ନ ଦେବା ଓ ବିଧାନସଭାକୁ ରୁଲ୍ସ ଏଣ୍ଡ ପ୍ରସିଡ୍ୟୋର ଅନୁସାରେ ଚଳାଇବାକୁ ଦାବି କରି କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିବା ପରେ ବିଜେପି ବିଧାୟକ ମାନେ ଚାଷୀଙ୍କ ପ୍ରସଙ୍ଗକୁ ଧ୍ୟାନ ହଟାଇବାକୁ ଚେଷ୍ଟା କରା ଯାଉଛି ବୋଲି ଅଭିଯୋଗ କରି ନାରାବାଜୀ କରିବା ଫଳରେ ବିଧାନସଭାକୁ ବାଚସ୍ପତି ତିନି ଥର ମୁଲତବୀ ଘୋଷଣା କରିଛନ୍ତି । ବାଚସ୍ପତି ଗୃହରେ ଲାଗି ରହିଥିବା ଅଚଳାବସ୍ଥାକୁ ଏଡାଇବାକୁ ଯାଇ ତାଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡକାଇଥିଲେ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିଧାନସଭା ସଠିକ ଭାବେ ଚାଲୁ ନାହିଁ ବୋଲି ଅଭିେ ଯାଗ କରିଥିଲେ । ଗୃହକୁ ରୁଲ୍ସ ଏଣ୍ଡ ପ୍ରୋସିଡ୍ୟୋର ଅନୁସାରେ ଚଳାଇବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ତାଙ୍କ କହିବା ପରେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିବାକୁ ଚାହୁଁଥିଲେ ସୁଦ୍ଧା ବାଚସ୍ପତି ଅନନ୍ତ ଦାସଙ୍କୁ କହିବାକୁ ଅନୁମତି ଦେଇଥିଲେ । ଏହା ପରେ ସେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ କହିବାକୁ ଅନୁମତି ଦେଇଥିଲେ । ଶ୍ରୀ ମିଶ୍ର ୍ର ପଶ୍ଚିମ ଓଡିଶାର ଚାଷୀ ମାନଙ୍କର ସମସ୍ୟା ପ୍ରସଙ୍ଗ ଉତଥାପନ କରି ଥିଲେ ଓ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଉତର ଦିଅନ୍ତୁ ବୋଲି ଦାବି କରିଥିଲେ । ଏହା ପରେ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ବିଧାନସଭାକୁ ସଠିକ ଭାବେ ପରିଚାଳନା କରିବାକୁ ଦାବି କରି ନାରାବାଜୀ କରିଥିଲେ । କଂଗ୍ରେସର ଏ ପ୍ରକାର ନାରାବାଜୀ ପରେ ବିଜେପି ବିଧାୟକ ମାନେ ଅନୁରୂପ ଭାବେ କହିଥିଲେ ଯେ ଚାଷୀ ମାନଙ୍କର ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ଏପରି କରା ଯାଉଛି । ବାଚସ୍ପତି ସମସ୍ତଙ୍କୁ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ହେଲେ ବିରୋଧୀ ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ଫଳରେ ବିଧାନସଭା ବାଚସ୍ପତି ଗୃହକୁ ୧୨.୦୬ରୁ ୧୨.୨୧ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହା ପରେ ପୁଣି ସେହି ସ୍ଥିତି ଲାଗୁ ରହିଥିବାରୁ ବାଚସ୍ପତି ୧୨.୨୧ରୁ ୧୨.୩୬ ଯାଏ ,୧୨ ଟା ୩୭ରୁ ୧୨ ଟା ୫୨ଏବଂ ୧୨ ୫୨ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ଏହା ପରେ ବାଚସ୍ପତି ଗୃହରେ ଲାଗି ରହିଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ । ଏହି ବୈଠକରେ ଯୋଗ ଦେବା ପାଇଁ ବାଚସ୍ପତି ବିରୋଧୀ ଦଳ ନେତା , ଅର୍ଥମନ୍ତ୍ରୀ , କଂଗ୍ରେସ ବିଧାୟକ ଦଳ ନେତା. ସଂସଦୀୟ ବ୍ୟାପାର ମନ୍ତ୍ରୀ , ସରକାରୀ ଦଳ ମୁଖ୍ୟ ସଚେତକ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମୁଖଙ୍କୁ ଡାକିଥିଲେ ।