ଜାତୀୟ ଅନୁସୂଚିତ ଜାତି ଆୟୋଗର ସଦସ୍ୟଙ୍କ ଅନୁଗୋଳ ଜିଲ୍ଲା ଗସ୍ତ

Mar 1, 2019 - 17:59
 145
ଜାତୀୟ ଅନୁସୂଚିତ ଜାତି ଆୟୋଗର ସଦସ୍ୟଙ୍କ ଅନୁଗୋଳ ଜିଲ୍ଲା ଗସ୍ତ
ଅନୁଗୋଳ, ୨୮/୨(ସକାଳଖବର): ଭାରତ ସରକାରଙ୍କ ଜାତୀୟ ଅନୁସୂଚିତ ଜାତି ଆୟୋଗର ସଦସ୍ୟ ଡ଼ା. ଯୋଗେନ୍ଦ୍ର ପାଶଓ୍ବାନ ଗତକାଲି ଠାରୁ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ଅନୁସୂଚିତ ଜାତିର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆଇନର ସଠିକ କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ଅନୁଷ୍ଠାନର କର୍ମକତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମୀଳନୀ କକ୍ଷରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ ସଦସ୍ୟ ଯୋଗ ଦେଇ ନୃଶଂସତା ଆଇନ ୨୦୦୬ ଓ ସାମାଜିକ ଅଧିକାର ସୁରକ୍ଷା ଆଇନ-୨୦୧୨ର ସଠିକ କାର୍ଯ୍ୟକାରୀତା ଉପରେ ଗୁରୁତ୍ୱାରୋପ କରିଥିଲେ । ତୃଣମୂଳସ୍ତରରେ ଥିବା ଅନୁସୂଚିତ ଜାତି ବର୍ଗର ଲୋକମାନଙ୍କୁ ଆ୍ର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆଣି ସେମାନଙ୍କୁ ବିକାଶର ମୁଖ୍ୟ ଧାରାରେ ସାମିଲ କରିବା ହେଉଛି ଆୟୋଗର ମୂଳ ଲକ୍ଷ୍ୟ ବୋଲି ସଦସ୍ୟ ପ୍ରକାଶ କରିଥିଲେ । ବିଭାଗୀୟ ଅଧିକାରୀମାନେ ଆନ୍ତରିକତାର ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସହାୟତା ପ୍ରଦାନ କରି ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ ସାବ୍ୟବସ୍ତ କରିବାକୁ ସେ ପରାମର୍ଶ ଦେଇଥିଲେ । ଅନୁସୂଚିତ ଜାତି ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ସହ ପିଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି ।ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଆଇନକୁ ସଠିକ ସମୟରେ କାର୍ଯ୍ୟକାରୀ କରି ପିଡ଼ିତକୁ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଅପରାଧରେ ଜଡ଼ିତ ଅପରାଧିକୁ ଉଚିତ ଦଣ୍ଡ ବିଧାନ ନିମନ୍ତେ ଆଇନର ସଠିକ ଭାବେ ପୟୋଗ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପୋଲିସ ଓ ଜିଲ୍ଳା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଆଇନକୁ ସଠିକ ସମୟରେ କାର୍ଯ୍ୟକାରୀ କରି ପିଡ଼ିତକୁ ସହାୟତା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି ।