ଜଟଣୀ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

Dec 14, 2019 - 03:59
 108
ଜଟଣୀ, ୧୨/୧୨(ସକାଳଖବର): ସ୍ଥାନୀୟ ବାଛରା ଅଂଚଳ ଶୁଶିଳାଦେବୀ ପ୍ରଗତି ବିଦ୍ୟାପୀଠ ପରିସରରେ ଜଟଣୀ ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୮ଟି ସରକାରୀ ବିଦ୍ୟାଳୟ ଏବଂ ୫୪ଟି ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ରଦର୍ଶନୀରେ ଉଭୟ ପ୍ରାଥମିକ ଏବଂ ମାଧ୍ୟମିକ ଶ୍ରେଣୀର ମୋଟ୍ ୩୧୨ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ସେଥିମଧ୍ୟରୁ ୬ଟି ବିଭାଗର ଗଣିତ ଭିତିକ ଶିକ୍ଷା କ୍ରୀଡ଼ା, ଶିଳ୍ପ ବିକାଶ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ସମ୍ବଳ ପରିଚାଳନା, ଦୀର୍ଘସ୍ଥାୟୀ କୃଷି ସମ୍ପାଦନା ଏବଂ ଭବିଷ୍ୟତ ଗମନାଗମନ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭୃତିରେ କ୍ରମାନ୍ୱୟରେ ଦେବଶ୍ମିତା ମହାନ୍ତି, ସୁବ୍ରତ ପଟ୍ଟନାୟକ, ଜ୍ଞାନଜ୍ୟୋତି ନାୟକ, ଗୋ÷ତମ ଦାସ, ମନ୍ମଥ ମହାନ୍ତି ଓ ରମେଶଚନ୍ଦ୍ର ମୁଦୁଲି ପ୍ରମୁଖ ସମସ୍ତ ଅଂଶଗ୍ରହଣକାରୀ ମାନେ ଜିଲ୍ଲାସ୍ତରକୁ ନିଜର ପ୍ରକଳ୍ପ ନେଇ ଯିବାପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରଦର୍ଶନୀର ଉଦ୍ଘାଟନ ଓ ଉଦଯାପନ କାର୍ଯ୍ୟକ୍ରମରେ ଅତିଥିଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ମାହାରୀ, ଗୋଷ୍ଠୀ ଶିକ୍ଷାଧିକାରୀ ରମେଶଚନ୍ଦ୍ର ଖଟେଇ, ଅତିରିକ୍ତ ଶିକ୍ଷାଧିକାରୀ ପ୍ରେମାନନ୍ଦ ମହାନ୍ତି, ମଦନ ମୋହନ ଭୂଇଁୟା, ଓଇସିର ପ୍ରଫେସର ଡ. ଶୁଭେନ୍ଦ୍ୁ କୁମାର ପାଣି ଏବଂ ରାଜେନ୍ଦ୍ର ପ୍ରସାଦ ନାୟକ ଅତିଥିଭାବେ ଯୋଗ ଦେଇଥିଲେ । ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅଧ୍ୟାପକ ଡ. ଜୟନ୍ତ ବାନାର୍ଜୀ, ରିୟାଉଦିନ୍ ଖାନ୍ ଏବଂ ଗଙ୍ଗାଧର ବରାଳ ବିଚାରକ ଭାବେ ଯୋଗ ଦେଇଥିବା ସମୟରେ ସମସ୍ତ ସିଆରସିସିଙ୍କ ସହ ଓସ୍ତାର ଖୋର୍ଦ୍ଧା ଜିଲ୍ଲା ସଭାପତି ଅମ୍ବିକାପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ ।