ପଞ୍ଚାୟତ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ

Mar 1, 2022 - 06:06
 51
ପଞ୍ଚାୟତ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପରାସ୍ତ ହୋଇଛନ୍ତି । ସମିତିସଭ୍ୟ ନିର୍ବାଚନରେ ସେ ବହୁ ଭୋଟରେ ହାରି ଯାଇଛନ୍ତି । ଅଧ୍ୟକ୍ଷ ହେବା ଲକ୍ଷ୍ୟ ନେଇ ସେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେବି ପରାଜୟର ସାମ୍ନା କରିଛନ୍ତି । ହିନେ୍ଦାଳ ବ୍ଲକର ଗିରିଧାରୀ ପ୍ରସାଦ ପଞ୍ଚାୟତରୁ ସେ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ଯେଉଁ ଆସନ ସଂରକ୍ଷିତ ରହିଥିଲା । ଶ୍ରୀମତୀ ବେହେରାଙ୍କ ବାପା ସ୍ୱର୍ଗତ ତ୍ରିନାଥ ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହେବା ସହ ମନ୍ତ୍ରୀ ମଧ୍ୟ ଥିଲେ । ପରେ ସେ ମଧ୍ୟ ହିିନେ୍ଦାଳ ଆସନରୁ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡ଼ି ବିଧାୟିକା ଥିଲେ । ସେ ନବୀନ ସରକାରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।ପ୍ୟାରୀମୋହନ ମହାପାତ୍ରଙ୍କ ସହ ଲିଙ୍କ ଓ ମଧ୍ୟରାତ୍ର ଷଡ଼ଯନ୍ତ୍ର କାରଣରୁ ତାଙ୍କୁ ଦଳରୁ କୋଣଠେସା କରି ଦିଆଯାଇଥିଲା । ଶେଷରେ ସେ ବାଧ୍ୟ ହୋଇ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ବିଜେପିରେ ଯୋଗ ଦେଇ ସଫଳତା ନପାଇବାରୁ ନିକଟରେ ସେ ବିଜୁ ଜନତା ଦଳକୁ ବାହୁଡ଼ି ଆସିଥିଲେ । ୨୦୨୪ରେ ବିଧାୟିକା ଭାବେ ନିର୍ବାଚନ ଲଢିବାକୁ ସେ ଆଶା ରଖିଥିଲେ । ତେବେ ଏଥର ହିନେ୍ଦାଳ ବ୍ଲକ ଅଧ୍ୟକ୍ଷା ହେବା ଲକ୍ଷ୍ୟରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।