ବିଧାନସଭାରେ ବଦଳିଲା ଦାମଙ୍କ ଆସନ

Sep 17, 2018 - 19:47
 169
ବିଧାନସଭାରେ ବଦଳିଲା ଦାମଙ୍କ ଆସନ
ଭୁବନେଶ୍ୱର,୧୭/୯ (ସକାଳଖବର): ବିଜେଡିରୁ ବହିଷ୍କୃତ ହେବା ପରେ ବିଧାନସଭାରେ ବରିଷ୍ଠ ବିଧାୟକ ଡା. ଦାମୋଦର ରାଉତଙ୍କ ସିଟ୍ ବଦଳିଛି । ପୂର୍ବରୁ ଡା. ରାଉତ ଡି-୩ ସିଟ୍ ରେ ବସୁଥିବା ବେଳେଏହାକୁ ଏଫ ବ୍ଲକ୍ ର୧୦ ନଂ ସିଟ୍ କୁ ପରିବର୍ତନ କରାଯାଇଛି ।ଏଫ୍ -୧୦ ରେ ପୂର୍ବରୁ ଜର୍ଜ ତିର୍କୀ ବସୁଥିଲେ । ସେହିପରି ଡି ବ୍ଲକ୍ ର ୩ ନମ୍ବର ସିଟ୍ ରେ ବର୍ତମାନ ସୁଦାମ ମାରାଣ୍ଡି ବସିବେ । ସୋମବାର ଗୃହରେ ବାଚସ୍ପତି ପ୍ରଦୀପ ଅମାତ ଏହି ଘୋଷଣା କରିଛନ୍ତି । ବାଚସ୍ପତି କହିଥିଲେ ଯେ ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି ବୋଲି ଗତ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅବଗତ କରାଇଥିଲେ । ଏହି ଆଧାରରେ ସେ ଆଉ ବିଜେଡି ବିଧାୟକ ଭାବେ ଗଣା ହେବେ ନାହିଁ । ଏହା ପରେ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୭କୁ ହ୍ରାସ ପାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ ପଂଚଦଶ ବିଧାନସଭାରେ ଚତୁର୍ଥ ଥର ପାଇଁ ବିଧାୟକ ଦାମୋଦର ରାଉତଙ୍କ ଆସନ ବଦଳିଛି । ୨୦୧୪ ନିର୍ବାଚନରେ ପାରାଦ୍ୱୀପ ବିଧାନସଭା ଆସନରୁ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ପାଇବା ପରେ ସେ ମୁଖ୍ୟମନ୍ତ୍ରୀ ବସୁଥିବା ଧାଡିର ତୃତୀୟ ଆସନରେ ବସୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତକ୍ରାଳୀନ ଅର୍ଥମନ୍ତ୍ରୀ ପ୍ରଦୀପକୁମାର ଅମାତଙ୍କ ଅ ।ସନ ଥିଲା । ଶ୍ରୀ ଅମାତ ବାଚସ୍ପତି ହେବା ପରେ ଦାମଙ୍କ ଆସନ ବଦଳିଥିଲା । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖ ଅ ।ସନ ମିଳିଥିଲା । ଗତ ଡିସେମ୍ବର ମାସରେ ମନ୍ତ୍ରିପଦରୁ ବିଦା ହେବା ପରେ ତାଙ୍କୁ ଅନ୍ୟ ଅ ।ସନକୁ ପଠାଇ ଦିଅ ।ଯାଇଥିଲା । ଏବେ ବିଜେଡିରୁ ବହିଷ୍କୃତ ହେବା ପରେ ସେ ଅସଂଲଗ୍ନ (ଅନ୍ ଆଟାଚଡ୍) ବିଧାୟକ ରହିବେ ।