ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ସମାଜକୁ ପ୍ରଧାନମନ୍ତ୍ରୀ ଙ୍କ ପତ୍ର

Sep 5, 2018 - 18:04
 197
ଗୁରୁ ଦିବସ ଅବସରରେ ଦେଶର ଶିକ୍ଷକ ସମାଜକୁ ପ୍ରଧାନମନ୍ତ୍ରୀ ଙ୍କ ପତ୍ର
ଭୁବନେଶ୍ୱର,୫ା୯(ସକାଳଖବର): ଦେଶର ଶିକ୍ଷକ ସମାଜକୁ ମୋର ଅଭିନନ୍ଦନ ଏବଂ ପବିତ୍ର ଗୁରୁ ଦିବସ ଅବସରରେ ମୁଁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷନ୍ଙ୍କଙ୍କ ପ୍ରତି ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଆଜି ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକମାନେ ସମାଜକୁ କେବଳ ଉଦ୍ବୁଦ୍ଧ କରିନଥାନ୍ତି ପରନ୍ତୁ ସେମାନେ ସମାଜକୁ ଜ୍ଞାନର ସୂଚନା ପ୍ରଦାନ କରିବା ସହ ଶିକ୍ଷାଦାନ ଓ ମାର୍ଗଦର୍ଶନ କରିଥାନ୍ତି । ଦେଶର ଲକ୍ଷ ଲକ୍ଷ ଶିକ୍ଷକମାନଙ୍କୁ ଏକ ଇ-ମେଲ ବାର୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଶୁମାନଙ୍କ ଜୀବନକୁ ଶିକ୍ଷକମାନେ ଗଭୀର ଭାବେ ପ୍ରଭାବିତ କରିଥାନ୍ତି । ସେମାନଙ୍କ ପ୍ରେରଣା ଛାତ୍ରଛାତ୍ରୀମାନଙ୍କ ମନରେ ଜୀବନ ବ୍ୟାପୀ ରେଖାପାତ କରିଥାଏ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ଉକ୍ତିକୁ ଉଦ୍ଧାର କରି କହିଛନ୍ତି ଯେ :“ଶିକ୍ଷକତା ଏଭଳି ଏକ ଆଦର୍ଶ ପେଶା ଯାହା ବ୍ୟକ୍ତିର ଚରିତ୍ର, ସାମର୍ଥ୍ୟ ଏବଂ ଭବିଷ୍ୟତକୁ ରୂପ ପ୍ରଦାନ କରିଥାଏ ।”ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଶିକ୍ଷା, ଗବେଷଣା ଓ ଅଭିନବତ୍ୱକୁ ଗୁରୁତ୍ୱ ପ୍ରଦାନ କରୁଥିବା ସମାଜ ହିଁ ଏକବିଂଶ ଶତାବ୍ଦୀର ଭାଗ୍ୟ ନିର୍ଦ୍ଧାରଣ କରିବ । “ଉଲ୍ଲେଖନିଷ୍ପ୍ରୟୋଜନ ଯେ ଏହାହିଁ ଆମର ଶିକ୍ଷକମାନଙ୍କ ଭୂମିକାକୁ ଅତୀବ ଗୁରତ୍ୱପୂର୍ଣ୍ଣ ବୋଲିସୂଚୀତ କରେ” ବୋଲି ସେ ମତ ପୋଷଣ କରିଛନ୍ତି । ପ୍ରଧାନମବୀ କହିଛନ୍ତି, “ମୋର ଦୃଢ଼ ବିଶ୍ୱାସ ଯେ ଆପଣମାନେ ପ୍ରଯୁକ୍ତିର ସର୍ବାଧୁନିକ ପ୍ରଗତି ସହ ନିଜକୁ ସାମିଲ କରି ଆଗକୁ ଅଗ୍ରସର ହେଉଛନ୍ତି ଏବଂ ଆପଣମାନେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ପ୍ରଯୁକ୍ତିଧାରା ସହ ଯୋଡ଼ି ପାରୁଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଭାରତ ସରକାର ଆଣୁଥିବା କେତେଗୋଟି ସଂସ୍କାର ବୈପ୍ଳବିକ ପରିବର୍ତନ ଘଟାଇବ । ପ୍ରଧାନମବୀ କହିଛନ୍ତି ଯେ, ଶିକ୍ଷକମାନଙ୍କ ଉଲ୍ଲେଖନୀୟ ପ୍ରୟାସ ସଦାବେଳେ ପ୍ରଶଂସନୟ । ସେମାନଙ୍କର ପ୍ରୟାସରୁ ଏବେ ରାଷ୍ଟ୍ର ଓ ଛାତ୍ରସମାଜ ସୁଫଳ ପାଇପାରିଛି । ଶିକ୍ଷାଦାନ ଠାରୁ ଏହା ଶିକ୍ଷାଲାଭରେ ପରିଣତ ହୋଇପାରିଛି । ଦେଶରେ କୌଶଳ ବିକାଶର ବ୍ୟାପକ ପ୍ରସାର ଘଟିଛି । ଅଟଳ ନବୋନ୍ମେଷ ପ୍ରୟୋଗଶାଳା ଯୋଗୁ ଏହା ସମ୍ଭବପର ହୋଇପାରିଛି । ଭାରତରେ ଏବେ ଅନେକ ନୂଆ ନୂଆ ବିଶ୍ୱବିଦ୍ୟାଳୟମାନ ସ୍ଥାପନ ହେଉଛି ଯଦ୍ୱାରା ଯୁବକମାନେ ଗୁଣାତ୍ମକ ଶିକ୍ଷା ଅତି ଆନନ୍ଦମୟ ପରିବେଶ ମଧ୍ୟରେ ପାଇପାରୁଛନ୍ତି । ପ୍ରଧାନମନ୍ତ୍ରୀ ଶିକ୍ଷକ ସମାଜକୁ ନିବେଦନ କରି କହିଛନ୍ତି ଯେ ସେମାନଙ୍କ ହୃଦୟକୁ ଯେଉଁ ପ୍ରସଙ୍ଗ ନିଷ୍ଠାର ସହ ଛୁଉଁଛି, ସେମାନେ ସେ ସଂପର୍କରେ ସ୍ଥାନୀୟ ସମାଜକୁ ଉଦବୁଦ୍ଧ କରନ୍ତୁ । ଏହାଦ୍ୱାରା ସେ ବସବାସ କରୁଥିବା ଚତୁଃପାଶ୍ୱର୍ ସମାଜରେ ସକରାତ୍ମକ ପରିବର୍ତନ ଘଟିପାରିବ । ଏହା ଆମର ସ୍ୱାଧୀନତା ସେନାନୀମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ଏବଂ ନୂତନ ଭାରତ ଗଠନ କରିବା ସକାଶେ ବଚନବଦ୍ଧ ହେବା ସକାଶେ ସମସ୍ତଙ୍କୁ ଅନୁପ୍ରେରିତ କରିବ ବୋଲି ପ୍ରଧାନମବୀ ମତ ପୋଷଣ କରିଛନ୍ତି ।