କୃଷିଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Sep 20, 2018 - 17:43
 191
କୃଷିଭବନ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୦/୯ (ସକାଳଖବର): ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ କୃଷିବନ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଏହି କୃଷି ଭବନ, ଆମ ଚାଷୀ ଭାଇଭଉଣୀଙ୍କର ନିଜ ଭବନ । ଗୋଟିଏ ସ୍ଥାନରେ ଏହି ଭବନର ଚାଷୀମାନେ ସବୁ ସେବା ପାଇପାରିବେ । ଏ ଭବନ ଚାଷୀ ଭାଇ ଭଉଣୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ହୋଇପାରିଛି । କୃଷି ବିଭାଗ ଚାଷୀମାନଙ୍କୁ ଅଧିକ ଦକ୍ଷତାର ସହ ସେବା ଯୋଗାଇବାରେ ସଫଳ ହେବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଚାଷୀର ସୁଖରେ ଦୁଃଖରେ ସେ ସବୁବେଳେ ତାଙ୍କ ସାଙ୍ଗରେ ଅଛନ୍ତି । ରାଜ୍ୟର ବିଭିନ୍ନ ଅଂଚଳର ଚାଷୀମାନଙ୍କୁ ସେ ଭେଟୁଛନ୍ତି ଏବଂ ସେମାନଙ୍କ ସମସ୍ୟା ଶୁଣୁଛନ୍ତି । ଚାଷୀର କଲ୍ୟାଣ ପାଇଁ ସଂକଳ୍ପବଦ୍ଧ ଭାବରେ କାମ କରାଯାଉଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ୨୦୧୧ରେ ଓଡ଼ିଶା ପ୍ରଥମଥର ପାଇଁ କୃଷି କର୍ମଣ ପୁରସ୍କାର ପାଇଥିଲା । ପରେ କୃଷିମନ୍ତ୍ରୀ ଓ ସେକ୍ରେଟାରୀ ତାଙ୍କୁ ଭେଟି ଓଡ଼ିଶା ପାଇଥିବା ପୁରସ୍କାର ତାଙ୍କୁ ଭେଟି ଦେଇଥିଲେ । ସେତେବେଳେ ପୁରସ୍କାର ଟଙ୍କା ଥିଲା ୨ କୋଟି । ସେହି ପୁରସ୍କାର ଟଙ୍କା ଚାଷୀମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ସେ ନିଷ୍ପତି ନେଇଥିଲେ । ଓଡ଼ିଶାର ଚାଷୀମାନେ ଏହି ପୁରସ୍କାର ଚାରିଥର ଆଣିଛନ୍ତି । ପୁରସ୍କାର ଟଙ୍କା ଭାବରେ ୧୭ କୋଟି ଟଙ୍କା ମିଳିଛି । ଏସବୁ ଟଙ୍କା କୃଷି ଭବନରେ ହିଁ ବିନିଯୋଗ କରାଯାଇଛି । ଏ ଭବନର ଗୋଟିଏ ଗୋଟିଏ ଇଟା ଚାଷୀ ଭାଇଭଉଣୀଙ୍କ ସଫଳତାର କଥା କହୁଛି ବୋଲି ସେ କହିଥିଲେ । ଆଗକୁ ଓଡ଼ିଶାର ଚାଷୀମାନେ ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଆହୁରି ସୁନାମ ଆଣିବେ ବୋଲି ସେ ଆଶା ରଖିଛନ୍ତି । ଏହି ଭବନ ଦେଶୀୟ କପଡ଼ାରେ ଇକତ ଢାଂଚାରେ ଗୃହ ନିର୍ମାଣ କରାଯାଇଛି । ଓଡ଼ିଶାର କୃଷି ପରମ୍ପରାରେ ଥିବା ବିଷୟବସ୍ତୁକୁ ଉଦ୍ୟାନରେ ପ୍ରଦର୍ଶିତ କରାଯାଇଛି । ଏକଲକ୍ଷ ୩୦ ହଜାର ବର୍ଗଫୁଟ ଜାଗାରେ ଗୃହ ନିର୍ମାଣ କରାଯାଇଛି । ଏଠାରେ ଓଡ଼ିଶାର ସାଂସ୍କୃତି ଲୋକକଳାର ଏକ ପ୍ରାକୃତିକ ପରିବେଶ ସୃଷ୍ଟି କରାଯାଇଛି । କୃଷିଭବନରେ ଏକ ଉଦ୍ୟାନ ରହିଛି । ଏହି ଉଦ୍ୟାନରେ ଜଳସେଚନ ନାଳୀ, ବର୍ଷାଜଳ ଅମଳ, ମୃତିକା ସମସ୍ୟା ସମାଧାନ ଏବଂ ଫସଲ ଉପôାଦନ ବୃଦ୍ଧି ନିମନ୍ତେ ଜୈବିକ କୃଷିର ପ୍ରସାର ସମ୍ବନ୍ଧୀୟ ଦୃଶ୍ୟାବଳୀ ସ୍ଥାନୀତ ହୋଇଛି । କୃଷି ଭବନର ଢାଂଚାରେ ଶିକ୍ଷାପ୍ରଦ କଳା ଓ ଛାତ ଉପରେ ସଘନ ବଗିଚା ମଧ୍ୟ ରହିଛି । କୃଷି ଭବନ ସୂଚାଇ ଥାଏ ଯେ କିଭଳି ଏକ ସରକାରୀ ସୁବିଧା ଦ୍ୱାରା ଆଂଚଳିକ ଭିତିରେ ଏକ କଳାତ୍ମକ ପରିବେଶ ସୃଷ୍ଟି କରାଯାଇପାରେ ଏବଂ ତାହା ସାମାଜିକ ଭିତିଭୂମିର ଏକ ମୁଖ୍ୟ ପରିପ୍ରକାଶ ହୋଇଥାଏ । ଏହାର ଗ୍ରାଉଣ୍ଡ ଫ୍ଲୋରରେ ରହିଛି ଏକ ଶିକ୍ଷାକେନ୍ଦ୍ର, ଅଡିଟୋରିୟମ୍, ତାଲିମ ପ୍ରକୋଷ୍ଠ, ଉଦ୍ୟାନ, ପବ୍ଲିକ ପ୍ଲାଜା, ଫସଲ ପଞ୍ଜିକା, ମୁକ୍ତ ଥିଏଟର, ପ୍ରଦର୍ଶନ କକ୍ଷ ଇତ୍ୟାଦି କାର୍ଯ୍ୟାଳୟଗୁଡ଼ିକ ଉପର ମହଲାରେ ଅବସ୍ଥିତ । ଛାତ ଉପରେ ମଧ୍ୟ ସହରାଂଚଳ ପ୍ରଦର୍ଶିତ ଫାର୍ମ ପରିକଳ୍ପନା କରାଯାଇଛି ଏବଂ ଏଠାକୁ ଜନସାଧାରଣ ପ୍ରବେଶ କରିପାରିବେ । ଏକ ମୃଦୁ ଶୀତଳ ଢାଂଚା ପ୍ରସ୍ତୁତ କରାଯାଇଛି ।