ଚାରା ଦୁର୍ନୀତି ମାମଲାର ତଦନ୍ତ ହେବ

Sep 20, 2018 - 17:41
 314
ଚାରା ଦୁର୍ନୀତି ମାମଲାର ତଦନ୍ତ ହେବ
ଭୁବନେଶ୍ୱର,୨୦/୯ (ସକାଳଖବର):ବହୁ ଚର୍ଚ୍ଚିତ ଉଦ୍ୟାନ କୃଷି ବିଭାଗରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ ଉପରେ ତଦନ୍ତ କରିବାପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ତଦନ୍ତ ଅଧିକାରୀ ରୂପେ ନିଯୁକ୍ତ କରାଯାଇଛି । ତଥାକଥିତ ୧୭ କୋଟି ୩୩ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ସମ୍ପର୍କରେ ପକ୍ଷମାନଙ୍କୁ ଶୁଣାଣି କରି ଯଥାଶୀଘ୍ର ଫଇସଲା କରିବାପାଇଁ ନିଦେ୍ର୍ଧଶ ଦିଆଯାଇଛି । ତଦନ୍ତ ପରେ ଦୋଷୀ ମାନଙ୍କୁ ନିୟମ ଅନୁଯାୟୀ ଉପଯୁକ୍ତ ଦଣ୍ଡ ବିଧାନ କରାଯିବାସହ ଆବଶ୍ୟକ ହେଲେ ସୋମନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବାକୁ ନିଦେ୍ର୍ଧଶ ଦିଆଯିବ ବୋଲି କୃଷିମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ଗୁରୁବାର ବିଧାନସଭାରେ ପ୍ରକାଶ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିବୃତି ରଖିବା ପାଇଁ ଡା. ଦାମୋଦର ରାଉତ ଓ କନକ ବର୍ଦ୍ଧନ ସିଂହଦେଓ ଦାବି କରିଥିଲେ । ଏଥିପାଇଁ ଗୃହକୁ ଏକାଧିକ ବାର ମୁଲତବୀ କରାଯାଇଥିଲା । ବାଚସ୍ପତି ଗୃହର ଦାବିକୁ ବିଚାରକୁ ନେଇ ବିବୃତି ରଖିବାପାଇଁ କୃଷିମନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହାପରେ ମନ୍ତ୍ରୀ ଆଜି ଗୃହରେ ବିସ୍ତୃତ ବିବରଣୀ ପାଠ କରିଥିଲେ । ସେ କହିଥିଲେ ଯେ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ବକ୍ତବ୍ୟରେ କନ୍ଧମାଳର ତକ୍ରାଳୀନ ଜିଲ୍ଲାପାଳ ତଥା ମୟୁରଭଂଜ ଜିଲ୍ଲାପାଳ ହୋଇଥିବା ଅଧିକାରୀଙ୍କର ଉକ୍ତ ମାମଲାରେ ସମ୍ପୃକ୍ତ ମହାତ୍ମା ଗାନ୍ଧି ଏନଜିଇଆରଏସ୍ ରେ ପ୍ରଦତ ଅର୍ଥ ନିଜ ବ୍ୟାଙ୍କରେ ଜମା କରିଥିବା ଅଭିଯୋଗ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ । ପୂର୍ବତନ ମନ୍ତ୍ରୀ ଡା. ରାଉତ ଆର୍ଥିକ ଅନିୟମିତତା କରିଥିବା ନେଇ ଆଣିଥିବା ଅଭିଯୋଗ ଓ ଫଟୋଗ୍ରାଫ୍ କୁ ଆଧାର କରି ସହକାରୀ ଉଦ୍ୟାନ ନିଦେ୍ର୍ଧଶକ ଧରଣୀଧର ପାତ୍ରଙ୍କୁ ବାରିପଦାରୁ ଶୀଘ୍ର ବଦଳି କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହାସହ ଏହାର ଏକ ନିରପେକ୍ଷ ତଦନ୍ତ କରିବାପାଇଁ କୃଷି ବିଭାଗର ୩ଜଣ ସଭ୍ୟଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏହି ଟିମ୍ ରେଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିଦେ୍ର୍ଧଶକ ରମେଶ ଚନ୍ଦ୍ର ଦାସ , ସହକାରୀ ଉଦ୍ୟାନ ଅଧିକାରୀ ସୁଶାନ୍ତ ରଂଜନ ଦାସ ଓ ସହକାରୀ ସମୀକ୍ଷା ଅଧିକାରୀ ଲକ୍ଷ୍ମୀଧର ଦଳେଇ ରହିଛନ୍ତି । ଶ୍ରୀ ପାତ୍ରଙ୍କ ବିରୁଦ୍ଧରେ ହୋଇଥିବା ଦୋଷାରୋପପତ୍ର ର କାରଣ ଦର୍ଶାଅ ନୋଟିସ୍ ଜାରୀ ହୋଇଛି । ତେବେ ସେ ଏହି ଅଭିଯୋଗ ଗୁଡିକୁ ଅସ୍ୱୀକାର କରିଛନ୍ତିି ।