କଳିଙ୍ଗ ନଗର ଅଂଚଳର ବିକାଶ ପାଇଁ ଆର.ପି.ଡି.ଏ.ସି ବୈ÷ଠକ ଅନୁଷ୍ଠିତ
କଟକ.୨/୮(ସକାଳଖବର): ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗ ନଗର ଅଂଚଳରେ ଅବସ୍ଥିତ ବିଭିନ୍ନ ଶିଳ୍ପ ସଂସ୍ଥା ମାନଙ୍କର ୭ମ ଆର.ପି.ଡି.ଏ.ସି ବୈ÷ଠକ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
କଳିଙ୍ଗ ନଗର ଅଂଚଳର ଟାଟା , ଜିନ୍ଦଲ,ମେସ୍କୋ,ଭିସା,ନିଳାଚଳ ଇସ୍ପାତ,ରୋହିତ ଫେରୋ ଆଲଏସ, ବ୍ରାହ୍ମଣୀ ରିଭର ପେଲେଟସ୍ ସମେତ ନେସ୍କୋ ଏବଂ ଅନ୍ୟାନ୍ୟ ଶିଳ୍ପସଂସ୍ଥା ମାନେ ଉପସ୍ଥିତ ରହି କଳିଙ୍ଗ ନଗର ଅଂଚଳର ସାମୁହିକ ବିକାଶ ଦିଗରେ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ସେହି ଅଂଚଳରେ ଗଢିଉଠିଥିବା ଏହିସବୁ ଶିଳ୍ପ ମାନଙ୍କପାଇଁ ବିସ୍ଥାପିତ ହୋଇଥିବା ଲୋକମାନଙ୍କ ତଥା ସ୍ଥାନୀୟ ଲୋକମାନଙ୍କୁ ଅଗ୍ରାଧିକାରଭିତିରେ କମ୍ପାନୀମାନେ ନିଯୁକ୍ତି ପ୍ରକ୍ରୀୟା ତଥା ଅବଶ୍ୟକତା ନିଯୁକ୍ତି ସମ୍ବନ୍ଧରେ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ସମୀକ୍ଷା କରିଥିଲେ । ଶିଳ୍ପସଂସ୍ଥା ମାନଙ୍କ ଦ୍ୱାରା କୁଶଳୀ,ଅଣକୁଶଳୀ ,ପରିଚାଳକ ଆଦି କ୍ଷେତ୍ରରେ ସରକାରୀ ନିୟମାନୁଯାୟୀ ନିଯୁକ୍ତି ପ୍ରଦାନ କରାଯାଉଥିବା ଉପସ୍ଥିତ ଶିଳ୍ପସଂସ୍ଥା ମାନଙ୍କର ପ୍ରତିନିଧି ରାଜସ୍ୱ ଆୟୁକ୍ତଙ୍କୁ ଅବଗତ କରିଥିଲେ । ଏତଦ୍ବ୍ୟତୀତ ନିଯୁକ୍ତି କ୍ଷେତ୍ରରେ ନିୟୋଜିତ ହେଉଥିବା କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟଗତା ସମସ୍ୟା ଉପୁଜିଲେ ଶିଳ୍ପସଂସ୍ଥାମାନେ କେଉଁପ୍ରକାର ସକାରାତ୍ମକ ପଦେକ୍ଷପ ଗ୍ରହଣ କରୁଛନ୍ତି, ସେ ବିଷୟରେ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ କମ୍ପାନୀମାନଙ୍କର ପ୍ରତିନିଧି ମାନଙ୍କଠାରୁ ପଚାରି ବୁଝିଥିଲେ ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରମ ବିଭାଗ ଅଧିକାରୀ ଓ ନିୟୋଜନ ଅଧିକାରୀ ମାନେ ପ୍ରତ୍ୟେକ ମାସରେ ଶିଳ୍ପସଂସ୍ଥା ମାନଙ୍କର ନିଯୁକ୍ତି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହିତ କମ୍ପାନୀମାନେ ସରକାରଙ୍କ ଶିଳ୍ପ ନିଯୁକ୍ତି ଆଦେଶ ଅନୁଯାୟୀ ସ୍ଥାନୀୟ ଲୋକ ମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରି ଶିଳ୍ପସଂସ୍ଥାମାନଙ୍କ ଦ୍ୱାରା ପରିବେଶକୁ ପ୍ରଦୁଷଣ ମୁକ୍ତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ମାନ ନିଆଯାଉଛି ବୋଲି ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଯନ୍ତ୍ରୀ ରାଜସ୍ୱ ଅୟୁକ୍ତଙ୍କୁ ଅବଗତ କରିଥିଲେ ।
ସେହିପରି କଳିଙ୍ଗ ନଗର ଅଂଚଳରେ ଶିଳ୍ପସଂସ୍ଥା ମାନେ ବୃକ୍ଷରୋପଣ କାର୍ଯ୍ୟ ଚାଲୁରଖିଥିବା ବେଳେ ସମଗ୍ର ଅଂଚଳର ପାରିପାଶ୍ୱର୍ ଓ ସେଠାକାର ରାସ୍ତା ପାଶ୍ୱର୍ରେ ଯଥସମ୍ଭବ ବୃକ୍ଷରୋପଣ କରିବା ପାଇଁ ଉପସ୍ଥିତ କମ୍ପାନୀ ମାନଙ୍କର ପ୍ରତିନିଧି ମାନଙ୍କ ସହିତ ବନଖଣ୍ଡ ଅଧିକାରୀଙ୍କୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ ରାଜସ୍ୱ ଆୟୁକ୍ତ ନିଦେ୍ର୍ଧଶ ଦେଇଥିଲେ । ଏତଦ୍ବ୍ୟତୀତ କମ୍ପାନୀମାନେ କଳିଙ୍ଗ ନଗର ଅଂଚଳରେ ରାସ୍ତା , ସଡକସୁରକ୍ଷା ସହିତ ଟ୍ରାଫିକ ନିୟନ୍ତ୍ରଣ ଓ ଟ୍ରକ ଟର୍ମିନାଲର ବ୍ୟବସ୍ଥା କରୁଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହିତ ସେ ଅଂଚଳରେ ଅନ୍ୟାନ୍ୟ ଉନ୍ନତିମୂଳକ ବ୍ୟବସ୍ଥାର ଆବଶ୍ୟକ ପଦକ୍ଷେପ ନେବା ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ଇଡ୍କୋ ଜମି, ସରକାରୀ ଏବଂ ଜଙ୍ଗଲ ଜମିରେ ଆଂଚଳିକ ଉନ୍ନତିରେ ଆବଶ୍ୟକ ପଦକ୍ଷେପ ନେବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।