ଏଆଇସିସି ହାତରେ ଶ୍ରୀକାନ୍ତଙ୍କ ଭାଗ୍ୟ

Dec 12, 2018 - 18:58
 172
ଏଆଇସିସି ହାତରେ ଶ୍ରୀକାନ୍ତଙ୍କ ଭାଗ୍ୟ
ଭୁବନେଶ୍ୱର, ୧୨/୧୨(ସକାଳଖବର): କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଏଆଇସିସି ସଦସ୍ୟ ହୋଇଥିବାରୁ ତାଙ୍କ ସମ୍ପର୍କରେ ଏଆଇସିସି କର୍ତୃପକ୍ଷ ନିଷ୍ପତି ନେବେ ବୋଲି ରାଜ୍ୟ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଶ୍ରୀ ହେମାନନ୍ଦ ବିଶ୍ୱାଳ ପ୍ରକାଶ କରିଛନ୍ତି । ବୁଧବାର ପିସିସି କାର୍ଯ୍ୟାଳୟ ଠାରେ ଶୃଙ୍ଖଳା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଜେନା ବିଭିନ୍ନ ସମୟରେ ଦେଇଥିବା ଦଳ ବିରୋଧୀ ମନ୍ତବ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । କମିଟିର ସଦସ୍ୟମାନେ ଆଲୋଚନା କାଳରେ ରଖିଥିବା ମତାମତକୁ ଲିପିବଦ୍ଧ କରାଯାଇ ଏଆଇସିସି ନିକଟକୁ ପଠାଇ ଦିଆଯାଇଛି । ସେଥିରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସୁପାରିଶ କରାଯାଇଛି । ତେଣିକି ତାଙ୍କର ଭାଗ୍ୟ ବୋଲି ସେ କହିଛନ୍ତିି ।