ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ ରାଜ୍ୟ କମିଟି ଗଠିତ
ଭୁବନେଶ୍ୱର,୫/୧(ସକାଳଖବର): ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ ଅଧ୍ୟକ୍ଷ ଶ୍ରୀ ରତିକାନ୍ତ ମହାପାତ୍ରଙ୍କ ପ୍ରସ୍ତାବ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଓ ନିଖିଳ ଭାରତ କଂଗ୍ରେସ କମିଟି ଆଇନ୍ ବିଭାଗର ଅଧ୍ୟକ୍ଷ ସାଂସଦ ଶ୍ରୀ ବିବେକ ତନଖା ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ରାଜ୍ୟ କମିଟି ଓ ଜିଲ୍ଲା ଅଧ୍ୟକ୍ଷମାନଙ୍କ ନାମ ତାଲିକା ଅନୁମୋଦନ କରିଛନ୍ତି ।
ଏହି ରାଜ୍ୟ କମିଟି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଶକ୍ତିଧର ଦାସ, ଗଣେଶ୍ୱର ରଥ, ରମାକାନ୍ତ ମହାନ୍ତି, ଧରଣୀଧର ନାୟକ, ପ୍ରଶାନ୍ତ ରଂଜନ ପଟ୍ଟନାୟକ, ରମାକାନ୍ତ ସାହୁ,ଉମାବଲ୍ଲଭ ମହାପାତ୍ର, ଜହିଦୂର ରହେମାନ, ଉମାକାନ୍ତ ନନ୍ଦ, ସ୍ମିତରଂଜନ ପଟ୍ଟନାୟକ, ସୁରେନ୍ଦ୍ରନାଥ କର, ନିରୋଜ କୁମାର ମହାପାତ୍ର, ସଂଗ୍ରାମ କେଶରୀ ପ୍ରଧାନ, ବିଚିତ୍ର କୁମାର ବଡଜେନା, ମାଗୁଣି ପଲାଇ, ପି. ରମେଶ ପାତ୍ର, ସୁଧାଂଶୁ ଆଚାର୍ଯ୍ୟ, ଅଜୟ କୁମାର ବରାଳ, ଅକ୍ଷୟ କୁମାର ନାୟକ, ଶରତ କୁମାର ରଥ ପ୍ରମୁଖ ରହିଛନ୍ତି ।
ସେହିପରି ଉପାଧ୍ୟକ୍ଷ ଭାବେ ସର୍ବଶ୍ରୀ ସୁଦାମ ଚରଣ ଦାସ, ସନ୍ତୋଷ ଚୌଧୁରୀ, ଆତ୍ମ ପ୍ରକାଶ ମହାନ୍ତି, ଉପେନ୍ଦ୍ରନାଥ ମିଶ୍ର, ବିଜୟ ପ୍ରଧାନ, ମହମ୍ମଦ ଜିଆ ଉଲହକ୍, ଗୋପବନ୍ଧୁ ମିଶ୍ର, କାମଦେବ କାନୁନ୍ଗୋ, ତାରିଣୀ ପାଣିଗ୍ରାହୀ ଓ ରାଜକିଶୋର ପ୍ରଧାନ ନିଯୁକ୍ତି ପାଇଥିବା ବେଳେ ସାଧାରଣ ସଂପାଦକ ଭାବରେ ଅଶୋକ ପାତ୍ର, ବାସୁଦେବ ମିଶ୍ର, ଦେବାଶିଷ ପାଣିଗ୍ରାହୀ, ରଂଜନ କୁମାର ନାୟକ, ଅଶୋକ ଛୋଟରାୟ, ସିଦ୍ଧାର୍ଥ ମହାନ୍ତି, ମୁକ୍ତିକାନ୍ତ ଦାସ, ପ୍ରମୋଦ କୁମାର ତ୍ରିପାଠୀ, ନୃସିଂହନାଥ ମିଶ୍ର, ଉପେନ୍ଦ୍ର ସାମନ୍ତରାୟ, ଚିତରଂଜନ ବେହେରା, ଆଲୋକ କୁମାର ନନ୍ଦ, ସରୋଜ କୁମାର ପଣ୍ଡା ଓ ସରୋଜ ବରାଳ ପ୍ରମୁଖ ରହିଛନ୍ତି ।
ସେହିଭଳି ସଂପାଦକ ଭାବରେ ନିହାର ରଂଜନ ବଳ, ଶରତ ରାଉତରାୟ, କବିର କୁମାର ଜେନା, ପ୍ରଣୟ ଦାସ, ସୌଭାଗ୍ୟ ମିଶ୍ର, ମନୋଜ ନାୟକ, ସାରଦା ପ୍ରଧାନ, କୋଦଣ୍ଡ ଭୂୟାଁ, ମନୋରଂଜନ ବେହେରା, ଦିଲ୍ଲୀପ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା, ଦେବୀ ପ୍ରସାଦ ମହାନ୍ତି, ବାଳକୃଷ୍ଣ ମହାପାତ୍ର ଓ ପ୍ରକାଶ ମୁଦୁଲି ପ୍ରମୁଖ ରହିଛନ୍ତି ।