ବିରାଟ କୋହଲିଙ୍କ ଫଟୋ ଟ୍ୱିଟ୍ କଲା ପିସିବି, ସୋସିଆଲ ମିଡିଆରେ ପ୍ରଶଂସାର ସୁଅ…

Oct 25, 2021 - 08:11
 58
ବିରାଟ କୋହଲିଙ୍କ ଫଟୋ ଟ୍ୱିଟ୍ କଲା ପିସିବି, ସୋସିଆଲ ମିଡିଆରେ ପ୍ରଶଂସାର ସୁଅ…
ନୂଆଦିଲ୍ଲୀ, ୨୫/୧୦: ଭାରତୀୟ ଟିମ୍ ଟି୨୦ ବିଶ୍ୱକପ ମୁକାବିଲାର ପ୍ରଥମ ମୁକାବିଲାରେ ପାକିସ୍ତାନଠୁ ପରାସ୍ତ ହୋଇଛି । ରବିବାର ଦୁବାଇରେ ଆୟୋଜିତ ଏହି ମହାମୁକାବିଲାରେ ଭାରତକୁ ୧୦ ଓ୍ୱିକେଟରେ ମାତ୍ ଦେଇଛି ପାକିସ୍ତାନ । ଏହା ବିଶ୍ୱକପ ଇତିହାସରେ ଭାରତ ବିରୋଧରେ ପାକ୍‌ର ପ୍ରଥମ ବିଜୟ । ମ୍ୟାଚ୍ ଶେଷ ହେବା ପରେ ଉଭୟ ଦଳର ଖେଳାଳି ଖେଳୁଆଡ ମନୋଭାବ ଦେଖାଇଥିଲେ । ପରସ୍ପର ସହ ହାତ ମିଳାଇଥିଲେ । ଯାହା କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିନେଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଏକ ଫଟୋ ସେୟାର କରି ଅଧିନାୟକ କୋହଲିଙ୍କ ପ୍ରଶଂସା କରିଛି । ପିସିବି ଫଟୋ ଟ୍ୱିଟ୍ କରି ଲେଖିଛି ଯେ, ଏହା ହେଉଛି ଖେଳୁଆଡ ମନୋବୃତ୍ତି । ତେବେ ସୋସିଆଲ ମିଡିଆର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୋହଲି ବିପକ୍ଷ ଦଳର ଅଧିନାୟକ ବାବର ଆଜମ ଓ ରିଜଓ୍ୱାନଙ୍କୁ ଶୁଭେଚ୍ଛା ଜଣାଉଥିବା ନଜର ଆସିଛି । ସେମାନଙ୍କୁ କୋହଲି ଆଲିଙ୍ଗନ ମଧ୍ୟ କରିଥିଲେ । ସୂଚନାଯୋଗ୍ୟ, ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ଓ୍ୱିକେଟ୍ ବିନିମୟରେ ୧୫୧ ରନ୍ କରିଥିଲା । କୋହଲି ୪୯ ବଲରୁ ୫୭ ରନ କରିଥିଲେ । ଋଷଭ ପନ୍ତ ୩୯ ରନ୍ କରିଥିଲେ । ଜବାବରେ ପାକିସ୍ତାନ ବିନା କୌଣସି ଓ୍ୱିକେଟ୍ ହରାଇ ବିଲୟ ଲକ୍ଷ୍ୟ ହାସଲ କରିନେଇଥିଲା ।